STORYMIRROR

Bishwaranjan Tripathy

Inspirational Others Children

4  

Bishwaranjan Tripathy

Inspirational Others Children

ସଭିଏଁ ଯଦି

ସଭିଏଁ ଯଦି

1 min
34

ସଭିଏଁ ଯଦି ପଢ଼ନ୍ତେ ପାଠ

ମୁରୁଖ କିଆଁ କରନ୍ତେ କପି

ଏକୁ ଆରେକ ଜଗତ ଜୀତା

ବିଦ୍ୟସାଗର ଯାଆନ୍ତେ ଟପି।।

ସଭିଏଁ ଯଦି ମଧୁର କଣ୍ଠେ

ଗାନ୍ତେ ଗୀତ କୋକିଳ ଭଳି

କିଏବା ତାହା ଶୁଣନ୍ତା କୁହ

ଘଡ଼ିଏ ବସି ମନକୁ ଖୋଲି।।

ସଭିଏଁ ଯଦି ହୁଅନ୍ତେ ନେତା

ସୁବାଷ ,ଗାନ୍ଧୀ, ନେହେରୁ ଭଳି

ସମାଜ ପାଇଁ ଲଢନ୍ତା କିଏ

ଦେଇ ତା ନିଜ ଜୀବନ ବଳି।।

ସଭିଏଁ ଯଦି କୃଷକ ସାଜି

ଯାଆନ୍ତେ କ୍ଷେତେ ହଳ ଲଙ୍ଗଳ ଧରି

ଆତ୍ମ ହତ୍ୟା ଆଜି କରନ୍ତା କିଏ

ଅଭାବି ବିକ୍ରିକୁ ସାମ୍ନା କରି।।

ସଭିଏଁ ଯଦି ବୀର ଯବାନ ଭଳି

ଜଗନ୍ତେ ଦେଶ ଦେଇ ନିଜ ର ପ୍ରାଣବଳି

ସହିଦ ଆଜି ହୁଅନ୍ତା କିଏ

ସୀମାରେ ଶତ୍ରୁ ସହିତ ଲଢ଼ି।।

ସଭିଏଁ ଯଦି ହେବେ ଲେଖକ,କବି

ଲେଖିବେ ଗଳ୍ପ ସହିତ ଗୀତ

ପଢନ୍ତା ଅବା ତାହାକୁ କିଏ

ଆମ ପ୍ରତିଲିପି ଆପକୁ ଖୋଲି।।

ସଭିଏଁ ଯଦି ହେବେ ଫିଲ୍ମରେ ହିରୋ

ଦେଖନ୍ତା କିଏ ସେସବୁ ଯାଇ ଥିଏଟର

ଅଭିନୟକୁ ଜୀବନ୍ତ କରନ୍ତା କିଏ

ଉତ୍ତମ, ସିଦ୍ଧାନ୍ତ, ସୁଶାନ୍ତ ପରି।।

ସଭିଏଁ ଯଦି ଖେଳନ୍ତେ ଖେଳ

ଦେଖନ୍ତା କିଏ ମ୍ୟାଚ ରିଲ

ଦେଶ ପାଇଁ ଖେଳନ୍ତା କିଏ

ସଚିନ,ସାଇନା,ସାନିଆ ଭଳି।।



Rate this content
Log in

Similar oriya poem from Inspirational