ସଭିଏଁ ଅନ୍ଧ
ସଭିଏଁ ଅନ୍ଧ
ସଭିଏଁ ଅନ୍ଧ ଆମେ ଆଜି
ସଭିଏଁ ଅନ୍ଧ
ସତ୍ୟ ନ୍ୟାୟ ଆମକୁ
ଲାଗୁଛି ଗନ୍ଧ
ଆମ ମନୁ ଓ ହୃଦୁ
ନିର୍ଗତ ହୁଏ କେବଳ
ଦୁର୍ନୀତି ଓ ଭ୍ରଷ୍ଟାଚାର ରୂପକ ଦୁର୍ଗନ୍ଧ ।
ପାପ ପୁଣ୍ୟର କେ ଆମେ
ନ କରେ ବିଚାର
ଚୁର୍ ମାର୍ ଆଜି ଆମ ସଭିଙ୍କର
ଯୌଥ ପରିବାର
କାମନା, ବାସନା, ବିଳାସ, ବ୍ୟସନେ
ଆମ ସଭିଙ୍କ ବୁଦ୍ଧି, ବିବେକ
ହୋଇଛି ମନ୍ଦ
ସଭିଏଁ ସଭିଙ୍କୁ ଦୋଷାରାପ କରି
ଦାୟିତ୍ଵ ଠାରୁ ଦୂରେଇ ଯାଇ
ସୃଷ୍ଟି କରୁଛେ ପରସ୍ପର ମଧ୍ୟେ ଦ୍ଵନ୍ଦ୍ଵ
ସ୍ଵାର୍ଥ, ଅର୍ଥ ପିପାସୁ ହୋଇ
ସଭିଏଁ ଅନ୍ଧ ଆମେ ଆଜି
ସଭିଏଁ ଅନ୍ଧ ।
ସ୍ନେହ, ମମତାର ନାହିଁ ମୂଲ୍ୟ
ସଂପର୍କ ହୋଇଛି ଏବେ ହୀନ ମୂଲ୍ୟ
ପିତା ପୁତ୍ରର ସମ୍ପର୍କେ
ବାସେ ପୁଣି ସ୍ଵାର୍ଥର ଗନ୍ଧ
ବୃଦ୍ଧ ପିତାମାତା ରୁହନ୍ତି ବୃଦ୍ଧାଶ୍ରମେ
ଅଲୋଡା ଅଖୋଜା କରେ
ସେମାନଙ୍କୁ ଏ ଦୁନିଆଁ ବଡଦାଣ୍ଡ
ପୁତ୍ରାର୍ଥେ କ୍ରୀୟତେ ଭାର୍ଯ୍ୟା
ଏ ବାକ୍ୟ ନ ବୁଝନ୍ତି ନନ୍ଦନ ବୃନ୍ଦ
ପୁତ୍ ନାମକ ନର୍କୁ ନ ଉଦ୍ଧାରି
ସେ ନର୍କେ ସଢନ୍ତି ପିତାମାତା ବୃନ୍ଦ
ମିଛ ମାୟା ସଂସାର ଜାଲରେ
ସଂପର୍କର ମାନେଟା ହୋଇଛି
ପ୍ରାପ୍ତି କେବଳ ଧନ ଆଉ ସମ୍ପଦ
ନ ଦେଖୁ ଆମେ ଭଲ ଆଉ ମନ୍ଦ
ସଭିଏଁ ଅନ୍ଧ ଆମେ ଆଜି
ସଭିଏଁ ଅନ୍ଧ ।
ଭାଇ ସହ ଭାଇର ନାହିଁ ସମ୍ପର୍କ
ସାହି ସହ ସାହିରେ ସମ୍ପର୍କ ବିମୁଖ
ପଡିଶା ଘର ନ ଚିହ୍ନନ୍ତି ପଡିଶା ର ଲୋକ
ଶିକ୍ଷିତ, ସଭ୍ୟ ହୋଇ ମଧ୍ୟ
ଶିକ୍ଷା ଓ ସଭ୍ୟତା ନାମେ
ସ୍ଵାର୍ଥ ପାଇଁ ପାଲଟୁଛେ
ଆମେ ମହାମୂର୍ଖ
ବଞ୍ଚୁଛେ ସବୁ ଆମେ
ଆଚରି ନାନା କପଟ ଓ ଛନ୍ଦ
ସଭିଙ୍କ ମନେ ନାନା ଆବିଳତା
ମିଳେନି କାହା ପାଇଁ କାହାର
ବିଶ୍ଵାସର ଗନ୍ଧ
ସଭିଏଁ ଅନ୍ଧ ଆମେ ଆଜି
ସଭିଏଁ ଅନ୍ଧ ।
ଦେଶ ଦେଶ ମଧ୍ୟେ ନାହିଁ ସୁ ସମ୍ବନ୍ଧ
ସାରା ବିଶ୍ଵେ ଚହଟିଛି
ଅବିଶ୍ଵାସର ଗନ୍ଧ
ଯୁଦ୍ଧର ବିଭୀଷିକା ରଚଇ
ଏ ମଣିଷ ଜାତି
ବିକାଶ ଶୀଳ ରାଷ୍ଟ୍ର ବୋଲି
ସାରା ଜଗତେ ଡିଣ୍ଡିମ ପିଟନ୍ତି
ବିଶ୍ଵ ବିନାଶ ସାଧନ ପାଇଁ
ସର୍ବଦା ଚିନ୍ତତି
ନାନା ଆଦର୍ଶ ନାନା ବାଦ ପାଇଁ
ଚାଲେ ଆମ ମଧ୍ୟେ ବିଭିନ୍ନ ଦ୍ଵନ୍ଦ୍ଵ ଯୁଦ୍ଧ
ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗକୁ ନେଇ
ଆମ ମଧ୍ୟେ କେତେ ବାଦବିବାଦ
ଭୁଲି ମାନବ ଧର୍ମ ଓ ମାନବ ବାଦ
ମଣିଷ ସର୍ଜଇ ସ୍ଵହସ୍ତେ
ବହୁ ବାଦାନୁବାଦ
ବିକାଶର ନାରା ଦେଇ
ସ୍ଵାର୍ଥେ ଆମେ ଡୁବି ଯାଇ
ଏ ମଣିଷ ଜାତି
ସଭିଏଁ ଅନ୍ଧ ଆମେ ଆଜି
ସଭିଏଁ ଅନ୍ଧ ।