ସ୍ବାର୍ଥ
ସ୍ବାର୍ଥ




ସ୍ୱାର୍ଥ ଥିଲେ ଭଲ, ମନ୍ଦ ସବୁ ଅନୁଭୂତ ହୁଏ
ଏଠି ସ୍ୱାର୍ଥ ବିନା କିଛି ହୁଏନା
ନହେଲେ ବାକି ସମୟରେ ତ
ସମୟ ର ଅଭାବ ର ମିଛ ବାହାନା।
ସ୍ୱାର୍ଥପର କେବଳ ମଣିଷ ମାନେ ନୁହଁନ୍ତି
ସଂପର୍କ ବି ସ୍ୱାର୍ଥ ପାଇଁ ଗଢାଯାଏ,
ସ୍ୱାର୍ଥ ସରିଗଲା ପରେ ସଂପର୍କ ପୁଣି
ନିଜର ଅସ୍ଥିତ୍ୱ ହରାଏ।
ସ୍ୱାର୍ଥ ପୂରଣ ର ନିଛକ ଛବି ଯେତେବେଳେ
ମାନସପଟରେ ଆଙ୍କିହୁଏ,
ସେତେବେଳେ ମନରେ ଅବଶୋଷ ଆଉ
ଘୃଣା ଅବଶ୍ଯ ଜନ୍ମ ନିଏ।
ବ୍ଯବହାର ରେ ପରିବର୍ତ୍ତନ କୁ
ମଣିଷ ଅଙ୍ଗେ ଲିଭାଏ,
ଆରମ୍ଭ ରୁ ଟିକିଏ କଷ୍ଟ ଆଉ
ତା'ପରେ ସବୁ ଦେହସୁହା ହୁଏ।
ଦୁଇ ଟି ନିସ୍ୱାର୍ଥୀ ମଣିଷ ଯେ
ବାପା ଆଉ ମାଆ,
ତାଙ୍କ ଛଡା ସ୍ୱାର୍ଥ ନଥିଲେ ଆଉ
କେହି କରନ୍ତିନି ପଦେ ଆହା।