Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Baman Chandra Dixit

Others

4.5  

Baman Chandra Dixit

Others

ସ୍ବାକ୍ଷର

ସ୍ବାକ୍ଷର

1 min
22.8K



କେତେ ଅକ୍ଷରର ଲେଖା ଶବ୍ଦ ମୁଁ 

ବହୁ ଶବ୍ଦର ଯୋଖା ପରିଭାଷା।

ଏକ ପ୍ରୟାସ ନୂତନ ଜୀବନର

ଅସ୍ତ ରାଗର ଉଦୟ ଅଭିଳାଶା।।


ଶବ୍ଦ ଅନେକ ଆହତ କୌମାର୍ଯ୍ୟ ର

ତପ୍ତ ବୈଶାଖର ଶାପେ ଅଭିଶପ୍ତ ।

ଆଶ୍ରୟ ହରା ଏ ନିଦାଘ ମଧ୍ୟାହ୍ନ

ତୃଷାର୍ତ୍ତ ବିତରେ ଯହିଁ ଜଳଛତ୍ର।

ଆର୍ତ୍ତ ଚିତ୍କାର କୁ ଧରି ଛାତି ତଳେ 

ତୃପ୍ତି ଆଳାପେ ଅଧର ଦର ହସା।।

କେତେ ଅକ୍ଷରର ଲେଖା ଶବ୍ଦ ମୁଁ.....


ଆହାର ଅନେକ ଆବଦ୍ଧ ଚଞ୍ଚୁ ରେ

କ୍ଷୁଧା ପ୍ରବଳ ବି ଜାଳେ ଜଠରକୁ।

ମାତ୍ର ମୃତ ପ୍ରାୟ ଇଚ୍ଛା ଭକ୍ଷଣ ର

ଶୁଭେ ଶାବକ ଶବଦ ଶ୍ରବଣ କୁ।

ସ୍ୱଳ୍ପ ସାମର୍ଥ୍ୟ ସମର୍ଥ ପକ୍ଷ ଯୁଗ୍ମ

ବଞ୍ଚି ବଞ୍ଚାଇବା ଯା'ର ଅଭିଲାଶା।।

କେତେ ଅକ୍ଷରର ଲେଖା ଶବ୍ଦ ମୁଁ.....


ଛନ୍ଦା ବନ୍ଧା ଏକ ଜାଲ ସମାନ ମୁଁ

ମାରେ ମୀନ ମାନ ସାଗର ର ଜଳୁ।

ସାଉଁଟି ତୋଳେ ମୁଁ ଶାମୁକା ଅନେକ

ଆସକ୍ତି ବିହୀନ ଅନନ୍ତ କାଳୁ।

ବାରିଦ ବରଷେ ଘନ ଘନ କାଳେ

ହେଲେ ନ ଥାଏ ତା ପାଶେ ପ୍ରତିଆଶା।।

କେତେ ଅକ୍ଷରର ଲେଖା ଶବ୍ଦ ମୁଁ.....


ମୋଟା ମଲାଟ ପରି ମୁଁ ଜଗି ଥିବି

କାବ୍ୟ ସମ୍ଭାର ସୁରକ୍ଷା ଆଶା ବହି।

ମାତ୍ର କେତୋଟି ଅକ୍ଷର ବକ୍ଷରେ ମୋ

ଲେଖି ରଖି ଥିବି ମୋ ସ୍ବାକ୍ଷର ସେହି।

ଅବହେଳିତ ପତିତ ପାଣ୍ଡୁଲିପି ମୁଁ

ଧୂଳି ଝାଡ଼ି ଦେବ ମାତ୍ର ଏହି ଆଶା।।

କେତେ ଅକ୍ଷରର ଲେଖା ଶବ୍ଦ ମୁଁ......।


Rate this content
Log in