STORYMIRROR

Jyotsna Acharya

Abstract Others

4  

Jyotsna Acharya

Abstract Others

ସ୍ବାଧୀନତା

ସ୍ବାଧୀନତା

1 min
424


ଗର୍ବ କରେ ଆଜି

ଆମ ସଂସ୍କୃତି

ନାରୀ ଦେବୀ, ପୁଣି ସେ ପ୍ରକୃତି

ଧରା ଧରିତ୍ରିର

ସହନ ଶକ୍ତି।

ଗଠନ, ଗଠିତ

ଅନ୍ତର ମାର୍ଜିତ

ଗଢେ ସେ ନିଜର ଅନ୍ତର ଶକ୍ତି

ପୂଜା ଜପତପ

ତା ମନ୍ତ୍ରଟି ଭକ୍ତି।

ନିଜ ସହ ତାର 

ନିଜ ଲଢେଇ

ପ୍ରତିବାଦ ସହ 

ବନ୍ଧୁତା କରି

ସ୍ବାଧୀନତା ପାଇଁ 

କରେ ସେ ରଡି।

ସ୍ବାଧୀନ ତ ସେ 

କହିବାକୁ ଖାଲି 

ବିଦ୍ରୋହୀ ମନ ରେ 

ସେ ବିପ୍ଲବୀ

ସ୍ବର ଗୁଞରଣେ ବୀଜ ବୁଣୁଥାଏ

ନାରୀ ହିତର ପ୍ରଗତି।

ଆଜି ଭି, 

କେଉଁଠି ନା କେଉଁଠି

ଶୁଭୁଚି ସ୍ବର

ସଙ୍କୁଚିତ ମନର ଭୟ 

ପୂର୍ଣ୍ଣ ମନ ବାକ୍ୟରେ 

ନୁହେଁ ଅବା ସେ ସ୍ବାଧୀନ। 

ତଥାପି- ସ୍ବାଧୀନ ଭାରତ 

ନାରୀ ଅଗ୍ରସର

ଦକ୍ଷତା ସାହାସର 

କ୍ରିଡା ଠାରୁ ପାଇଲଟ

ସବୁଥିରେ ଆଗେ 

ଦେଇଛି ତା ପରିଚୟ।।


Rate this content
Log in

Similar oriya poem from Abstract