ସ୍ବାବଲମ୍ବୀ ନାରୀ ସେ
ସ୍ବାବଲମ୍ବୀ ନାରୀ ସେ

1 min

167
ଆବିଷ୍କାର ଉଦ୍ଭାବନ ଭରୁଥାଏ ମନ ପ୍ରାଣ
ଶୈଶବ ଖେଳୁଥାଏ ଷଢେଇର ଖେଳ
ବିନ୍ଧୁଥାଏ ଶରଟିରେ ଲକ୍ଷସ୍ଥଳ ଧନୂତିରେ
ଦିବା ରାତ୍ରୀ ସ୍ବପ୍ନଟିରେ ଦେଖୁଥାଏ--ସ୍ବାବଲମ୍ବୀ ଶୀର...
ପ୍ରୟାସ ଯେ ମୁଠାଏ ବାଲୀର
ଧରିବାର ବାରମ୍ବାର ଅଭିପ୍ରାୟ
ଡିଆସିଲ ଖୋଳଟିରେ ଗଢୁଥାଏ
ଉଡା ଜାହାଜର ପର.......
ଅଝଟ ତା ମନ ସେ ପିଲାଦିନର
ନୂଆ ବହି ଖାତା ଆଉ ନୂଆ କଲମର
ବାସ୍ନା ସବୁ ଇଛ୍ଛା ଯେବେ ହୁଅଇ ପ୍ରଖର
ନିଦ୍ରାରୁ ଉଠି ବସେ ସେ ତତ୍ପର........
ଜୀବନର ମୂଲ୍ୟବାନ ସମୟକୁ ଯୋଡି
ସାହାସରେ ଭରୁଥାଏ ନିଜ ଜୀବିକାର ପେଡି
ନିଜ ସହ ଅନ୍ୟ ପାଇଁ କିଛି କରିବାର ଇଛ୍ଛା
ଦୁଃଖି ଠାରେ ଦେଖୁଥିଲା ନିଜକୁ ସେ- ତା ଅଭିଳାଷା....
ଭକ୍ତି ଶକ୍ତି ସଂକଳ୍ପର ନାରୀଟିର ଭାଷା
ସାକାର ଅସ୍ଥିତ୍ବ ତା ବାସ୍ତବ ପରିଭାଷା ।