ସାତ ବେଣ୍ଟିଆ ଛଅର
ସାତ ବେଣ୍ଟିଆ ଛଅର
କଙ୍ଗାରୁ କୋର୍ଟର ଥିଲା ଯେ ବିଚାର
ଦୋଷୀ ପାଉଥିଲା ଦଣ୍ଡ
ସାତ ଵେଣ୍ଟିଆର କରାଇ ଛଅର
ବୁଲାଇଲେ ଦାଣ୍ଡ ଦାଣ୍ଡ
ଚୁନ କଳାର ଅପୂର୍ବ କାଣ୍ଡ
ଗାଲରେ ମୁହଁରେ ବୋଳି ଦେଉଥିଲେ
ଲଜ୍ୟାରେ ଟେକେନି ମୁଣ୍ଡ ।
କି ଯୁଗ ହୋଇଲା କି ବାଆ ବହିଲା
ସବୁ ହେଲାଣି ଓଲଟା
ଯୁଆଡ଼େ ଚାହିଁଲେ ପଡ଼ଇ ଆଖିରେ
ସାତ ଵେଣ୍ଟିଆ ଦୃଶ୍ୟ ଟା
ଏଠି, ଆମ ଯୁବକ ଦଳଟା
ଅଲାଜୁକ ଭଳି ହସେ କିରି କିରି
ହଲଇ ମୁଣ୍ଡରେ ଜଟା ।
କିଏ କାଟେ ଚୁଟି ବେଲା କଟ ଏଠି
କାହାର ମିଥୁନ କଟ
ମୁଣ୍ଡ ଏଠି କା'ର ପଡିଆ ଗୋଚର
ଉପରେ ହଲଇ ଜଟ
ସତେ,ତେଲର ମହା ସଙ୍କଟ
କହରା ନାଲିଆ ଅସନା ଅଡୁଆ
ଚୁଟି ମୁଣ୍ଡେ କରେ ନାଟ।
ପୁଣି କେତେ ଗାର ମୁଣ୍ଡରେ ତାଙ୍କର
ଚୁଟିକୁ କାଟି ସଜାନ୍ତି
ବଳି ପଡିଲେଣି ସାତ ବେଣ୍ଟିଆ ଠୁଁ
ଲଜ୍ୟାକୁ ଦୁରେ ଫିଙ୍ଗନ୍ତି
ଜନେ,ଦେଖିଲେ ତାଙ୍କୁ ହସନ୍ତି
ଖାତିର ତ ନାହିଁ କେବେ ସେଥିପାଇଁ
ଓଲଟି ମଫୁ କହନ୍ତି ।
ଯାହା ହେଉଥିଲା ପୂରୁବେ ଏଠାରେ
ଥିଲା ଦଣ୍ଡର ସ୍ବରୂପ
ଆଜିକା ସମାଜ ଆପଣାଇ ନିଏ
ସଉକର ଅନ୍ୟ ରୂପ
ଦେଖି,ମୁଣ୍ଡ ପୋତେ ଏଠି ବାପ
କହିବାକୁ ଚାରା ନାହିଁ ତାଙ୍କ ପରା
କାଟୁ କରୁ ନାହିଁ ଥୋପ ।