Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Krishna Mishra

Others

2  

Krishna Mishra

Others

ସାରାଂଶ

ସାରାଂଶ

1 min
106



କାଗଜରେ ଛପା, ମୋ ଜୀବନ ଯନ୍ତ୍ରଣା, 

ବଜାରରେ ବିକା କିଣା ହେଉଥିଲା,

ଆଉ ମୁଁ, 

ଅଥିର ଅଧିର ହୋଇ, ସାରା ରାତି ଲେଖୁଥିଲି.....

ଯେବେ ସାଫଲ୍ୟର ଶିଖର ଛୁଉଁଥିଲେ ସଭିଏଁ,

ମୁଁ ମେଘ ଆଢୁଆଳେ,

ଜହ୍ନ ପରି ଲୁଚୁଥିଲି...

କାଉଁରିଆ କାଠି ତ ନଥିଲି କି,

ଭାଙ୍ଗି ପଡିଥାନ୍ତି!!!

 କୋମଳ ବୃନ୍ତ ଟିଏ ମୁଁ ଯେ ,

ନଇ ପଡ଼ୁଥିଲି....

  ବଦଳାଉ ଥିଲେ ରଙ୍ଗ ଏଠି ଲୋକେ;

ସମୟ,କାଳ ପାତ୍ର ଦେଖି !

 ଘୋରି ହୋଇ ମୁଁ ଚନ୍ଦନ ରଙ୍ଗରେ ନିଜକୁ ରଙ୍ଗେଇଲି....

ଲକ୍ଷ୍ୟର ପାହାଚ ଚଢୁଥିଲେ ଅନେକ,

ଅନ୍ୟର କାନ୍ଧ ପଞ୍ଜରା ମାଡ଼ି ମୋଡ଼ି!

ଶାମୁକା ମୁଁ ମୋତି ଚୋରା,

 ସମୁଦ୍ର ଠୁଁ, ଗଭୀରତା ର ରହସ୍ୟ ଶିଖୁଥିଲି.....

   


Rate this content
Log in