Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Niranjan Sahu

Inspirational

3.6  

Niranjan Sahu

Inspirational

ସାରା ଦୁନିଆଁ କୁ ଜିଣିବୁ....

ସାରା ଦୁନିଆଁ କୁ ଜିଣିବୁ....

1 min
362


ଯୌବନ ପଥଟା ବଡ଼ ଖସଡ଼ାରେ  

ପାଦ ଚିପି ଚିପି ଚାଲିବୁ

ମନକୁ ତୋହର ଜାବୁଡି ଧରିବୁ

ନହେଲେ ପ୍ରେମରେ ପଡ଼ିବୁ


ପ୍ରେମ ପଥଟା ଆବଡା ଖାବଡା

ଦେଖି ଚାହିଁ ବାଟ ଚାଲିବୁ

ଜୀବନକୁ ତୁହି ଗଢିବାକୁ ହେଲେ

ପ୍ରେମର ପଥକୁ ଛାଡ଼ିବୁ....


ପ୍ରେମ କରିବାକୁ ମନା ନାହିଁ ତୋତେ

ପ୍ରଥମେ ନିଜକୁ ଗଢିବୁ

ନିଜର ଗୋଡ଼ରେ ଯେବେ ଛିଡା ହେବୁ

ପ୍ରେମ ପଥକୁ ଆସିବୁ


ସମୟ ପୂର୍ବରୁ ପ୍ରେମ ପଥେ ଗଲେ

କାନ୍ଦି କାନ୍ଦି ଖାଲି ମରିବୁ

ନିଜକୁ ସଜାଡି ପ୍ରେମ ପଥେ ଗଲେ

ସୁନ୍ଦର ଜୀବନ ପାଇବୁ.....


ପ୍ରଥମେ ଜୀବନ ତାପରେ ସପନ

ଏଇକଥା ମନେ ରଖିବୁ

ଜୀବନ ସପନ ପ୍ରଭେଦ ବୁଝିଲେ

ଜ୍ଞାନୀ ଗୁଣୀଟିଏ ହୋଇବୁ


ପ୍ରେମ କରିବାକୁ ଯେବେ ତୋର ଇଚ୍ଛା

ନିଜ କର୍ମକୁ ପ୍ରେମ କରିବୁ

ନିଜର କର୍ମକୁ ପ୍ରେମ କଲେ ତୁହି

ସାରା ଦୁନିଆଁକୁ ଜିଣିବୁ....



Rate this content
Log in

Similar oriya poem from Inspirational