Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Chinmaya Kumar Nayak

Romance

3  

Chinmaya Kumar Nayak

Romance

ସାଇତା ବହିଟେ ପରି

ସାଇତା ବହିଟେ ପରି

1 min
193


ତୁମ ପ୍ରତିଟି ପୃଷ୍ଠାକୁ ଅକ୍ଷୁର୍ଣ୍ଣ ରଖିଛି

ସାଇତା ବହିଟେ ପରି,

ତୁମ ପ୍ରଚ୍ଛଦ ପଟ୍ଟକୁ ମସୃଣ ରଖିଛି

ଆଦରେ ସରାଗ ଭରି।। 


ବାରମ୍ବାର ପଢ଼ି ବୁଝିଛି ତୁମକୁ

ବିଭୋର ପାଠକ ପରି,

ଯେତେଥର ପଢ଼େ ସମ୍ମୋହିତ ହୁଏ

ଯାଦୁ କେହି କଲା ପରି।। 


ପ୍ରତି ଅଧ୍ୟାୟରେ ଖୋଜି ମୁଁ ପାଇଛି

ନିର୍ଭୁଲ ସ୍ବାକ୍ଷର ମୋର,

ପ୍ରତି ପରିଚ୍ଛେଦ ପରିଚୟ ଦିଏ

ସ୍ଵଛ ହୃଦୟ ତୁମର।।  


ଅନୁଭୂତି ଭରା ବହୁ ଘଟଣାକୁ

ରଖେ ରେଖାଙ୍କିତ କରି

ତୁମ ଜୀବନ ଚରିତ ଚାରୁ ଚିତ୍ରକଳା

ରହିଛି ଏ ମନେ ଭରି।। 


ମୋ ଜୀବନ ଗ୍ରନ୍ଥାଳୟରେ ସଜ୍ଜିତ

ତୁମେ ପ୍ରମୁଖ ପୁସ୍ତକ

ଆବଶ୍ୟକ ତଥ୍ୟ ସମ୍ବଳିତ ବହୁ

ବିଷୟର ନିୟାମକ।। 



Rate this content
Log in