Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswanath Nayak

Others

3  

Biswanath Nayak

Others

ସାଧବ ବୋହୁ

ସାଧବ ବୋହୁ

1 min
333



ନାଲି ଗୁଲୁଗୁଲୁ ସାଧବ ବୋହୁ,

ତୋ ହସରୁ ଝରୁଛି ମହୁ। 

ବରଷାରେ ପାଦ ଚିପି ଚିପି ଚାଲୁ,

ଚୁପି ଚୁପି କଥା କହୁ।  

ଅନତି ଦୂରରେ ପ୍ରୀତି ହାନ୍ଦୋଳାରେ,

ବସିଛି ସାଧବ ପୁଅ।  

ନିରେଖୁଛି ତୋର ଅପରୁପ ଠାଣି,

ବରଷାରେ ଭିଜା ଦେହ।  

ଓଢଣା ଫାଙ୍କରେ କଅଂଳ ସୁରୁଜ,

ଉଇଁଛି ତୋ ଓଠ ଧାରେ।  

ସାଧବ ମନରେ ଆଶା ଇନ୍ଦ୍ରଧନୁ,

ଝଲସେ ସାତ ରଙ୍ଗରେ।  

ନିଟୋଳ ନିତମ୍ବ ଚହଲି ଯାଉଛି,

କାଖରେ କଳସୀ ଧରି।  

ରୁଣୁଝୁଣୁ ଡାକେ ପାଦର ନୁପୂର,

ବିରହ ବଇଁଶୀ ପରି।  

ଫିକା ଅଳତାର ରଙ୍ଗ ତୋ ଦେହର,

ତା ମନ ରଙ୍ଗେଇ ଦିଏ।  

ନୀର ଧାରେ ଭିଜା ତୋ ଅଳସୀ ତନୁ,

ପ୍ରେମେ ତା ମନ ଭିଜାଏ।  

ଭିଜି ଭିଜି ଯାଏ ତୋ ଝୀନ ବସନ,

ହଜାଏ ସାଧବ ମନ।  

ଫୁଲ ଶର ଧରି ତା ନୟନ ଚାପ,

ବୁଲେ ତୋ ପ୍ରେମ କାନନ।  

ଆଶାର ସୁମନ ଫୁଟିଛି ତା ମନେ,

ତୋ କବରୀ ଶୋଭା ଚାହିଁ। 

ସୁମନା, ସୁମନେ ତୋ ଗଭା ମଣ୍ଡିବ,

ନାଲି ଓଢଣା ଆଡେଇ।  

ରୂପ ନଗରୀର ସପନ ବଣିକ, 

ସାଧବ ବିଦେଶେ ଯିବ।  

ରୁପାର ପାଉଁଜି ସୁନାର କଙ୍କଣ,

ତୋ ପାଇଁ ଗଢି ଆଣିବ। 

ସାଜି ମନ କୁଞ୍ଜ ସଜେଇ ହେଉଥା,

ତା ଫେରିବା ବାଟ ଚାହିଁ,

ମଙ୍ଗଳାଙ୍କ ପାଖେ ଶୁଭ ମନାସୁ ଥା,

ସୁନାଗୋରୀ ଚାନ୍ଦମୁହିଁ।  



Rate this content
Log in