Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sangita Naik

Romance

3  

Sangita Naik

Romance

ସାବିତ୍ରୀ ବ୍ରତ

ସାବିତ୍ରୀ ବ୍ରତ

1 min
268



ଦିନଟିଏ ତୁମ ପାଇଁ

କେବଳ ତୁମ ପାଇଁ

ତୁମ ଶତାୟୁକୁ କାମନା କରି

ତୁମ ଉନ୍ନତି ଓ ମଙ୍ଗଳକୁ ଲକ୍ଷ୍ୟ ରଖି

ତୁମ ଯଶ କୀର୍ତ୍ତୀ ମାନ ଅଭିମାନକୁ

ଅକ୍ଷ୍ୟୁର୍ଣ୍ଣ ରଖିବାକୁ 

ଜଗିଥାଏ ଶୁଦ୍ଧ ଚିତ୍ତ ମନେ.......


ହଟ କରି ଆଣେ ବୋଉଠୁ ପାଟ

ତା ସାଙ୍ଗକୁ ନାନା ସରଞ୍ଜାମ

ଫୁଲ ଫଳ ଦୁବ ଧୂପ ଦୀପ

ତା ସାଙ୍ଗକୁ ପଞ୍ଚାମୃତ.....


ମନ ମୋର ବାସେ ଚନ୍ଦନ ଚନ୍ଦନ

ସଜ ହେବାକୁ ହୁଏ ଉଚ୍ଛନ୍ନ

ମୋ ଜାଗା ତୁମ ଚରଣ

ଲୋଡ଼େ ସୁଲକ୍ଷଣୀ ପାଇଁ ଆଶୀର୍ବାଦ.....


ବାହାରିଛି ଗଢିବାକୁ ଦାମ୍ପତ୍ୟ ତାଜମହଲ

ଅଧାରୁ ଛାଡି ଯିବନି ମୋ ପରମେଶ୍ୱର

ଦୁହେଁ ଦେଖିଥିବା ସବୁ ସପନ

ହାତରେ ହାତ ଛନ୍ଦି କରିବା ସତ....


ଜୀବନ ନାଆରେ ପାରିହେବା ମିଶି

ପୁରା କରିବା ସବୁ ପ୍ରତିଶୃତି

ଖରାବେଳେ ହେବ ତୁମେ ମୋ ଛାଇ

ସୁଗମ ହେବ ଆମ ବେଗର ଗତି...


ତ୍ୟାଗ ନିଷ୍ଠାର ତୁମେ ପ୍ରତୀକ 

ତୁମ ପାଇଁ ଉତ୍ସର୍ଗ ଏ ଜୀବନ ମୋର

ସଧବା ହେଇ ଯିବି ମୁଁ ଶ୍ମଶାନ ଘାଟ

ହେ ଠାକୁର ଏତିକି ପ୍ରାର୍ଥନା ମୋ

ସ୍ୱୀକାର କର ll



Rate this content
Log in