Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

jyotsna mayee panda

Tragedy

3  

jyotsna mayee panda

Tragedy

ସ୍ୱପ୍ନ

ସ୍ୱପ୍ନ

1 min
347


ସେଦିନର ଏମିତି ଦେଖାରେ ମୁଁ ହଜିଯାଇଥିଲି...

ତୁମର ସେ ଉନ୍ମୁକ୍ତ ବାହୁ ବନ୍ଧନରେ....

ସଂସାରର ସବୁ ସୁଖକୁ ମୋର ବୋଲି ଭାବିବାର

ସେଇ ଭୁଲ କରିନେଇଥିଲି ମୁଁ...

ସବୁ ସପ୍ନରେ ଦେଖିବାର ଏକ ଦୁର୍ବାର କାମନା

ମୋତେ ବାରମ୍ବାର ଆନମନା କରୁଥିଲା ll

ଆସିଥିଲ ଅତିଥି ହୋଇ ମୋ ଜୀବନରେ

କେଇ ଦିନର ସପ୍ନ ନେଇ...

ତୁମର ସେଇ ନାଲି ପଣତରେ..

ସ୍ୱପ୍ନ ସବୁ ରଙ୍ଗ ଦେବା ପାଇଁ...

ସୌଭାଗ୍ୟ ପାଇଥିଲି କିଛି ସ୍ୱପ୍ନ

କେବଳ ସାଉଁଟି ସାଇତି ରଖିବା ପାଇଁ ll

ଭାବିଥିଲି ତୁମେ କେବଳ ମୋର ବୋଲି 

ହେଲେ ସପନ ଅବା କେବେ ସତ ହୁଏ???

ତୁମେ ଚାଲିଗଲ ତୁମରି ନୂତନ ଦୁନିଆକୁ

ମାୟା ମୋହ ସବୁ ବନ୍ଧନକୁ ତୁଚ୍ଛ କରି...

ମୋର ସବୁ ଖୁସି ଲୁଟି ନେଲ ତୁମ ସାଥେ...

ରହିଗଲ ଏକା ହୋଇ ଚାଲିଗଲ ଆରପାରି ll

ପବନର ପ୍ରତ୍ୟେକ ସ୍ପର୍ଶରେ ଆଜି ମୁଁ ଝୁରେ

ତୁମର ସେ ପଣତ କାନିର ବାସ୍ନାକୁ...

ସବୁବେଳେ ଗୁଞ୍ଜରିତ ହୁଏ ମୋ ଭାବନାରେ

ତୁମର ସେ ସ୍ନେହ ବୋଳା କଥା...

ଯାହା ସାରା ଜୀବନରେ ସ୍ମୃତି ହୋଇ ରହିଗଲା

ଆଉ ଖୋଜିଲେ ବି ପାଉନି....

ସେ କୋମଳ ଶବ୍ଦର ଭାଷା

ସ୍ମୃତି ହୋଇ ରହିଗଲା ମୋ ମନ ଅଗଣାରେ

ଚିର ଦିନ ପାଇଁ..... I

କଥା ଦେଇଥିଲ ସେଇ ପବିତ୍ର ସପ୍ତପଦୀ ମନ୍ତ୍ରରେ

ଜନ୍ମ ଜନ୍ମର ସାଥି ହୋଇ ରହିବା ପାଇଁ

ହେଲେ ସବୁ କଥା କେମିତି ତୁମେ ଭୁଲିଗଲ???

ସୋଇ ଗଲ ମୃତ୍ୟୁର ସେ ଶୀତଳ ଛାୟାରେ ..

ନିଜେ ଏକା ହୋଇ.... ଚିର ଦିନ ପାଇଁ

ଛାଡିଗଲ କେବଳ ନିଃସଙ୍ଗ ଜୀବନ ରେ..

ଚେନାଏ ସ୍ମୃତି ଦେଇଦେଇ... I



Rate this content
Log in

Similar oriya poem from Tragedy