Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ratinarayan Rout

Inspirational

4  

Ratinarayan Rout

Inspirational

ସ୍ୱଚ୍ଛ ପରିବେଶରେ ଆମେ ଓ ବୃକ୍ଷ

ସ୍ୱଚ୍ଛ ପରିବେଶରେ ଆମେ ଓ ବୃକ୍ଷ

1 min
201


ଆକାଶ ପୃଥିବୀ ଅଗ୍ନି ଜଳ ବାୟୁ

 ଜଡ଼ ଓ ଚେତନ ଯେତେ

ସବୁ ପରା ସେହି ଈଶ୍ଵରଙ୍କ ସୃଷ୍ଟି

  ସଂସାରେ ରହିଛି କେତେ ll1ll


ସବୁରି ସମ୍ପର୍କ ଓତଃପ୍ରୋତ ଭାବେ

  ରହିଛି ହୋଇ ଜଡିତ

ସମସ୍ତେ ଅନ୍ୟର ମଙ୍ଗଳ ନିମନ୍ତେ

  ନିଜ କାମେ ନିୟୋଜିତ ll2ll


କେହି କାହାଠାରୁ  ଅଳପ ନୁହନ୍ତି

   ନିଜ ଅବଦାନେ ରତ

କୀଟପଶୁପକ୍ଷୀ  ବୃକ୍ଷ ନଦୀ ପାଣି

   କରନ୍ତି ସଭିଏଁ ହିତ ll3ll


ବଣ ଜଙ୍ଗଲଟା  ଅଟେ ଫୁସଫୁସ 

   ଏଇ ପୃଥିବୀର ପାଇଁ

ଦୂଷିତ ବାୟୁକୁ   ବିଶୁଦ୍ଧ କରଇ

  ଅମ୍ଳଜାନ ଦିଏ ସେଇ ll4ll


ବର୍ଷାର କାରଣ  ମାଟି ସଂରକ୍ଷଣ

   ଧୂଳିକଣା ରଖେ ସେଇ

ବୃକ୍ଷଜଗତର  ଦାନ ଯେ ମହାନ

  ପରିବେଶ ସୁସ୍ଥ ପାଇଁ ll5ll


ଅନ୍ନ ବସ୍ତ୍ର ବାସ  ପଥି ଓ ଜୀବିକା

   ଜଙ୍ଗଲ ଆମକୁ ଦିଏ

ତାହାରି ସୁରକ୍ଷା  କରିବା ସମସ୍ତେ

  ଶପଥ ନେବା ସଭିଏଁ ll6ll


ନକାଟି ଜଙ୍ଗଲ  ନୂଆସୃଷ୍ଟି କଲେ

  ଜଙ୍ଗଲୀ ଜୀବ ବଞ୍ଚିବେ 

ଅନେକ ପ୍ରଜାତି ଲୋପ ହୋଇଲେଣି

  ଚିତ୍ର ହୋଇ ସେ ରହିବେ ll7ll


ମିଛ ପ୍ରଗତିର  ଦ୍ୱାହି ଦେଇ କେତେ 

   ପ୍ରକୃତିକୁ ଦଗା ଦେଇ 

ସ୍ୱଚ୍ଛ ପରିବେଶ  ପାଇବା କିପରି 

  ଆମେ ସଜାଗ ନ ହୋଇ ll8ll


ଭାତ ତ କିଣିଲେ  ପାଣିବି କିଣିଲେ

  ବାୟୁ କିଣିବା ସରବେ 

ଏବେ ଠାରୁ ଯଦି ସତର୍କ ନ ହେବା

  ଆଗାମୀ ପିଢ଼ି କାନ୍ଦିବେ ll9ll 



Rate this content
Log in

Similar oriya poem from Inspirational