ସ୍ୱାର୍ଥପର ତୁମେ କେମିତି ବୁଝିବ
ସ୍ୱାର୍ଥପର ତୁମେ କେମିତି ବୁଝିବ


ପ୍ରେମ ସହରରେ ଛଳନା ପଶିଛି
ଭାଙ୍ଗିଦିଏ ପ୍ରେମ ଘର,
ନିଷ୍ପପ ହୃଦୟ ବଳିପଡେ ଏଠି
ପ୍ରେମ ହୁଏ ସ୍ୱାର୍ଥପର।।
କାନ୍ଦୁଛି ଜୀବନ ହୋଇ ହୀନିମାନ
କେମିତି ତୁମେ ବୁଝିବ,
ସ୍ବାର୍ଥ ପଟି ତୁମେ ଆଖିରେ ବାନ୍ଧିଛ
ଲୁହକୁ କେମିତି ଦେଖିବ।।
ମରୁଭୂମି ସମ ହୋଇଲା ଜୀବନ
ନ ଉଠିଲା ଦୁବ କଢି,
ଧୋଇ ନେଇଗଲା ହୃଦୟରୁ ଖୁସି
ଆସି ଏ ଅଦିନ ବଢ଼ି।।
ତୁମେ ଦେଇଥିଲ ପ୍ରାଣ ମୋ ଶରୀରେ
ଚାଲୁଥିଲ ହାତ ଧରି,
ତୁମେ ପୁଣି ମୋର ହାତ ଛାଡ଼ିଗଲ
ଆଉ ଆସିଲନି ଫେରି।।