Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Narendra Sahu

Inspirational

2.5  

Narendra Sahu

Inspirational

ସ୍ୱାମୀ ସ୍ତ୍ରୀର ବନ୍ଧୁତା

ସ୍ୱାମୀ ସ୍ତ୍ରୀର ବନ୍ଧୁତା

1 min
14.5K


ସଂସାରର ଏହି ସଂପର୍କ ସୂତାରେ

ସ୍ୱାମୀ ସ୍ତ୍ରୀ ଦୁଇ ବନ୍ଧୁ,

ହାତ ଧରା ଧରି ହୋଇଥାନ୍ତି ପାରି

ଜୀବନ ରୂପକ ସିନ୍ଧୁ।

ସ୍ନେହ ଶ୍ରଦ୍ଧା ଭରା ସଂପର୍କ ତାଙ୍କର

ବନ୍ଧୁତାରେ ପରିପୂର୍ଣ୍ଣ,

ଜଣଙ୍କ ବିହୁନେ ଅନ୍ଯ ଜଣଙ୍କର

ସ୍ଥିତି ହୁଏ ସଂଜ୍ଞାହୀନ।

ବିବାହ ମିଳନ ସ୍ୱର୍ଗୀୟ ବନ୍ଧନ

ଜନ୍ମ ଜନ୍ମାନ୍ତର ପାଇଁ,

ତା ପର ଜୀବନ ବନ୍ଧୁତାରେ ପୂର୍ଣ୍ଣ

ସୁଖେ ଦୁଃଖ ଦୁହେଁ ଥାଇ।

ବିପତ୍ତି ଘଟିଲେ ପରିବାର ମଧ୍ଯେ

ବିପଦ ଦେବେ ଏଡାଇ,

ବନ୍ଧୁତାର ଡୋରେ,ବିପତ୍ତି ଯେ ଡରେ

ତାଙ୍କ ପାଖ ନ ଆସଇ।

ଜୀବନରେ ଯେତେ ବନ୍ଧୁ ଥିଲେ ସୁଦ୍ଧା

ଏ ବନ୍ଧୁତା ଟିକେ ଭିନ୍ନ,

ଜୀବନ ଯୁଦ୍ଧରେ ସାଜିବାକୁ ଯୋଦ୍ଧା

ଲୋଡା ସ୍ୱାମୀ ସ୍ତ୍ରୀ ବନ୍ଧନ।

ନରେନ୍ଦ୍ର ସାହୁ,ଡଭାର,ଗଂଜାମ।


Rate this content
Log in

Similar oriya poem from Inspirational