Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sagar Kumar Parida

Classics

3  

Sagar Kumar Parida

Classics

ସ୍ୱାଭିମାନୀ ମଧୁସୂଦନ

ସ୍ୱାଭିମାନୀ ମଧୁସୂଦନ

1 min
161


ଉତ୍କଳ ଗର୍ବ ଗୌରବ   ତୁମ ପରି କିଏ ହେବ

   ନବ ଉତ୍କଳ ଜନକ ନାମେ ବିଖ୍ୟାତ

ତୁମର ତ୍ୟାଗ ବୀରତ୍ୱ   ବଳେ ଓଡ଼ିଆ ଗର୍ବିତ

   ସ୍ୱାଭିମାନେ ବଞ୍ଚିଅଛୁ ଟେକିଣ ମଥା

    ସତ୍ୟଭାମାପୁରେ ଜନମ

  ତୁମକୁ କୋଳରେ ପାଇ ହୋଇଛି ଧନ୍ୟ ।


ବିଖଣ୍ଡିତ ଉତ୍କଳକୁ   ଏକତ୍ରିତ କରିବାକୁ

  କରିଥିଲ କେତେ ପରିଶ୍ରମ ଶରୀରେ

ଉତ୍କଳ ସମ୍ମିଳନୀରେ   ଅନର୍ଗଳ ବକୃତାରେ

  ଜାତି ପ୍ରେମ ଜାଗରିଲ ପ୍ରତି ହୃଦରେ

    ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ

 ଗଢି ଭୂଭାରତେ ବଢ଼ାଇଲ ସୁଯଶ ।


ଶିଳ୍ପ ସମ୍ପଦ ଉଦ୍ଧାର  କରିବା ପାଇଁ ରାଜ୍ୟର

   କରିଛ ଅଜସ୍ର ଅର୍ଥ ବ୍ୟୟ ନିଜର

କଟକର ତାରକସି   ବିଖ୍ୟାତ ହୋଇଛି ଆଜି

   ତୁମରି ପ୍ରଚେଷ୍ଟା ପାଇଁ ହେ ଧୀରବର

    ଉତ୍କଳ ଟ୍ୟାନେରି ନିର୍ମାଣି

  ଉତ୍କଳର ମାନ ବଢ଼ାଇଲ ଅବନୀ ।


ଥିଲ ଦରିଦ୍ରର ଧନ  ଖାଣ୍ଟି ଓଡ଼ିଆ ରତନ

   ଖାଦ୍ୟ,ଆଚରଣ, ବଚନରେ ଓଡ଼ିଆ

ଦେଶ ସେବା କରି କରି ଗରିବେ ଧନ ବିତରି

   ମୁକୁଟ ହୀନ ସମ୍ରାଟ ଥିଲ ବଢିଆ

    ଆସ ଆଉ ଥରେ ଜନମି

  ମାଗୁଅଛି ବିଭୁପଦେ ହୋଇ ପ୍ରଣମି।

  



Rate this content
Log in