ରୂପଜୀବି
ରୂପଜୀବି


ଦେହର ଭୋକ
ନା ପେଟର ଭୋକ,
କିଏ ମୋତେ
ରୂପଜୀବି ବନେଇଲା
ମୁଁ ଜାଣେନା ।
ମୋ ମଥାରେ ସିନ୍ଦୁର
ଆଉ ହାତରେ ଶଙ୍ଖା,
କାହା ପାଇଁ ଶୋଭାପାଏ
ମୁଁ ଜାଣେନା ।
ଭଦ୍ରତା ଅଭଦ୍ରତା,
ସଭ୍ଯତା ଅସଭ୍ଯତା,
ଏ ସବୁ ଶବ୍ଦର ଅର୍ଥ
ମୁଁ ଜାଣେନା ।
ଶୃଙ୍ଖଳା ଠାରୁ ଶୃଙ୍ଗାରକୁ
ଜୀବନ ଠାରୁ ଯୌବନକୁ
ଅଧିକ ଗୁରୁତ୍ବ ଦେଉଥିବା
ନାରୀଟିଏ ମୁଁ ;
ହେଲେ ଏ ସବୁର ସ୍ଥାୟୀତ୍ବ କେତେ
ସେ କଥା ବି
ମୁଁ ଜାଣେନା।
ମୁଁ ଖାଲି ଏତିକି ଜାଣେ
ଗାନ୍ଧୀମୁଣ୍ଡ ଥିବା
କେତୋଟି କାଗଜ ନୋଟ୍
ମୋର ଅଧିକାର ।
ଏଇ ନୋଟ୍ ନେଇ
ମୁଁ ଗଢିବାକୁ ଚେଷ୍ଟାକରେ
ମୋ ପିଲାର ଭବିଷ୍ଯତ,
ଯାହାର ପିତୃ ପରିଚୟ
ମୁଁ ଜାଣେନା ।
ମୁଁ ଜାଣେନା ।