ରଥରେ ଠାକୁର ପଥରେ ଠାକୁର
ରଥରେ ଠାକୁର ପଥରେ ଠାକୁର
ରଥରେ ଠାକୁର ପଥରେ ଠାକୁର
ଚକରେ ଠାକୁର ଅଖରେ ଠାକୁର
ଠାକୁର ଠାକୁର କଳା ଠାକୁର
ବଡ଼ଦାଣ୍ଡେ ରଥ କେଡେ ସୁନ୍ଦର
ସେତ ପତିତ ମାନଙ୍କୁ କରେ ଉଦ୍ଧାର ।
ମହାପ୍ରଭୁଙ୍କର ନନ୍ଦିଘୋଷ
ଚମକୁ ଥାଏରେ ଦଶଦିଶ
ପୈଞ୍ଚାଳିଶ ଫୁଟ ଛଅ ଇଞ୍ଚ
ପ୍ରଭୁଙ୍କର ସେହି ରଥ ଉଚ୍ଚ
ରଥରେ ଲାଗଇ ଚକ ଷୋଳଟି
ରଥର ଦଉଡି ଶଙ୍ଖଚୂଡଟି
ପୀତ ଲୋହିତ ଅଟଇ ରଙ୍ଗ ଯେ ତା'ର ।
ବଳଭଦ୍ର ପ୍ରଭୁ ବଡ଼ ଭାଇ
ତାଳଧ୍ଵଜ ରଥେ ବିଜେ ହୋଇ
ଆଗେଆଗେ ପ୍ରଭୁ ଯାଇଥାନ୍ତି
ବିଜୟ ବାରତା ଦେଇଥାନ୍ତି
ଚଉଦ ଚକରେ ରଥ ଗଡଇ
ଫରଫର ହୋଇ ବାନା ଉଡଇ
ନୀଳ ଲୋହିତ ବସ୍ତ୍ର ଯେ ମଣ୍ଡଣୀ ତାର ।
ଦେବଦଳନ ସେ ଦେବୀଙ୍କର
ଦର୍ପଦଳନ ବି ନାମ ତାର
ତିନି ରଥ ମଧ୍ୟେ ଛୋଟ ସେହି
ବାରଟି ଚକରେ ସେ ଗଡ଼ଇ
ଆଗେ ବଡ଼ଭାଇ ପଛରେ ସାନ
ମଝିରେ ଗଡ଼ଇ ଦେବଦଳନ
କୃଷ୍ଣ ଲୋହିତ ବରଣ ରଙ୍ଗ ଯେ ତାର ।
ପାର୍ଶ୍ବ ଦେବାଦେବୀ ନଅ ମୂର୍ତ୍ତି
ପ୍ରତି ରଥ ପାର୍ଶ୍ବେ ବିରାଜନ୍ତି
ଓଲଟଶୁଆ ଯେ ଦୁଇଗୋଟି
ସାରଥି ଆଗରେ ବସିଥାନ୍ତି
ଚାରିଗୋଟି ଅଶ୍ୱ ପ୍ରତି ରଥର
କଳା ଧଳା ପୁଣି ନାଲି ରଙ୍ଗର
ରଥ ମନ୍ଦିର ପରିକା ଶୋଭେ ସୁନ୍ଦର ।
ଶ୍ରୀଗୁଣ୍ଡିଚା ର ଆଗ ଦିନଟି
ଆଜ୍ଞାମାଳ ଯାଏ ରଥ ଖଳାଟି
ସିଂହ ଦ୍ୱାର କୁ ରଥ ଆସନ୍ତି
ଚତୁର୍ଦ୍ଧା ମୂରତୀ ବିଜେ କରନ୍ତି
ଭାଇ ଭଉଣୀ ଙ୍କୁ ନେଇ ସାଥିରେ
ପ୍ରଭୁ ଯେ ଯାଆନ୍ତି ଗୁଣ୍ଡିଚା ଘରେ
ସେତ ବାହୁଡ଼ା ରେ ଫେରିଥାନ୍ତି ମନ୍ଦିର ।
ନୀଳକନ୍ଦର ନୀଳସୁନ୍ଦର
ରଥଯାତ୍ରା ସେ ବଡ ହୁନ୍ଦର
ବର୍ଷକେ ଥରେ ବୁଲି ଯାଆନ୍ତି
ପତିତ ଜନ ମନ ମୋହନ୍ତି
ବାମନ ରୂପରେ ଦେଇ ଦର୍ଶନ
ଭକତ ମାନଙ୍କୁ କରନ୍ତି ଧନ୍ୟ
ରଥ ଦଉଡି ଟାଣିଲେ ପୂଣ୍ୟ ଅପାର ।