ରଥେ ତୁ ବାମନଂ ଦୃଷ୍ଟ୍ୱା
ରଥେ ତୁ ବାମନଂ ଦୃଷ୍ଟ୍ୱା
ଶୁଣ ଭାଇ ନବଘନ, ବାବୁ ବୃନ୍ଦାବନ
ବଡ଼ ଦାଣ୍ଡୁ ସୁଭିଲାଣି ମଧୁର କୀର୍ତ୍ତିନ l
ଉଚ୍ଚାଟେ ବଜାଇ ପ୍ରଭୁ ଶଙ୍ଖ ପାଞ୍ଚଜନ୍ୟ
ଡାକୁଛନ୍ତି ଆସ ଆସ ମୋର ଭକ୍ତଗଣ l
ବଡ଼ଦାଣ୍ଡେ ଉଭା ମୁହିଁ ସିଂହାସନ ଛାଡ଼ି
ଭକତ ଭାବରେ ଟିକେ ହେବୁ ଗଡ଼ାଗଡ଼ି l
ଭକ୍ତଗଣେ ନାଚୁଛନ୍ତି ଉର୍ଦ୍ଧ୍ୱେ ବାହୁତୋଳି
ଭାଇ,ଭଗିନୀଙ୍କି ଧରି ରଥେ ବନମାଳୀ l
ତାଳଧ୍ୱଜ,ନନ୍ଦିଘୋଷେ ହଳିଆ,କାଳିଆ
ହଳଦିଆ ମୁଖୀ ବିଜେ ଦେବ ଦଳନିଆ l
ଶୁଭେ ଘଣ୍ଟ,ଘଣ୍ଟା,ଖୋଳ,ମର୍ଦ୍ଦଳ ନିର୍ଘୋଷ
ମହାଯାତ୍ରା ପ୍ରଭୁଙ୍କର ନାମ ଯାର ଘୋଷ l
ନୃତ୍ୟଛନ୍ଦେ ଉଭା ଆଗେ ଦେବଦାସୀଗଣ
ଶ୍ରୀଗୀତ ଗୋବିନ୍ଦ, ବେଦ କରନ୍ତି ଗାୟନ l
ନବ ଦିନ ଯାତ୍ରା କରି ଜନ୍ମ ବେଦୀ ଯିବେ
ପଥରେ ମାଉସୀ ପୋଡ଼ପିଠା ଭୁଞ୍ଜଇବେ l
ଶ୍ରୀକ୍ଷେତ୍ର ହୋଇଛି ଭାଇ ଜଗନ୍ନାଥମୟ
ପ୍ରାଣଟା କାହିଁକି ଭାରି ହେଲାଣି ଅଥୟ l
ମନ ଉଚ୍ଚାଟହେଲାଣି ଶ୍ରୀକ୍ଷେତ୍ରକୁ ଯାଇ
କଳାବାମନଙ୍କୁ ଟିକେ ଦେଖିବା ନିଠାଇ l
ଚାଲ ଭାଇ ଚାଲ ଭାଇ ନୀଳାଚଳ ଯିବା
ବିପୁଳ ବାହାକୁ ତା'ର କୁଣ୍ଢାଇ ଧରିବା l
ଶାସ୍ତ୍ରେ ଅଛି କଥାଏକ ମନେ ଗୁଣ ଭାଇ
ରଥେ ତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନାହିଁ l