Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Arjuni charan Behera

Inspirational Others

4  

Arjuni charan Behera

Inspirational Others

ରଥେ ଡାକେ ଡାହୁକ

ରଥେ ଡାକେ ଡାହୁକ

1 min
300


   

        ହୋ ଭଗତେ !

    ରଥ ଯିବ ଗଡ଼ି ଗଡ଼ି,

ପାକଲା ଗାମୁଛା ମୁଣ୍ଡେ ପଗଡ଼ି,

 ହାତେ ମୋ ନହକା ବାଡ଼ି ll

         ହୋ ଭଗତେ !

   ହରିବୋଲ ଦିଅ ଭକ୍ତେ,

ରଥରେ ବିଜୟ ଶ୍ରୀଜଗନ୍ନାଥେ,

   ଭଦ୍ରା ହଳୀଙ୍କର ସାଥେ ll

         ହୋ ଭଗତେ !

 ଧୀରେ ଧୀରେ ନେବ ଭିଡ଼ି,

 ହୁଳହୁଳି ଦେବ ମାଉସୀ ଖୁଡ଼ି,

   ମେଘ ଦେଲା ଘଡ଼ ଘଡ଼ି ll

         ହୋ ଭଗତେ !

     ହିଡ଼ି ହିଡ଼ିକିଆ ବଣି,

ହିଡ଼ପରେ ଥାଇ ପିଅନ୍ତି ପାଣି,

   କହିବ କି ଭକ୍ତ ଶ୍ରେଣୀ ll

          ହୋ ଭଗତେ !

      ମହାପ୍ରଭୁ ଜଗନ୍ନାଥ,

ସଖାପଣେ ପରା ଟାଣିଲେ ରଥ,

    ଗୀତା ଶୁଣାଇଲେ ପାର୍ଥ ll

           ହୋ ଭଗତେ !

       ଶରୀରଟି ତୁମ୍ଭ ରଥ,

 ସାରଥୀ ତାହାର ଜଗତ ନାଥ,

      ଏ ସଂସାର ଯାତ୍ରା ପଥ ll

          ହୋ ଭଗତେ !

    ଗୋପକୁ ଅକ୍ରୁର ଗଲା,

ରାମ କୃଷ୍ଣ ନେତ୍ରେ କଜଳ ଦେଲା,

     ମଥୁରା ଘେନି ଅଇଲା ll

           ହୋ ଭଗତେ !

      ବହିଲା ବାହା ଚଇତି,

  କଳ୍କୀ ଅବତାର ଚତୁର୍ଦ୍ଧା ମୂର୍ତ୍ତୀ,

      ଖଣ୍ଡା ତାଙ୍କ ବାରହାତି ll

           ହୋ ଭଗତେ !

    କାଞ୍ଚି ଯୁଦ୍ଧେ ପ୍ରଭୁ ଗଲେ,

 ମାଣିକର ହାତୁ ଦହି ପିଇଲେ,

      ଜୟଵାନା ଉଡ଼ାଇଲେ ll

          ହୋ ଭଗତେ !

    ବରିଲ ମୋତେ ସାରଥୀ,

  ମହାସାରଥୀଙ୍କୁ କରେ ମୁଁ ଭକ୍ତି,

  ହାତ ଯୋଡ଼ି ନେତି ନେତି ll

         ହୋ ଭଗତେ !

    ଆଷାଢ଼େ ପାଚିଲା ତାଳ,

  ଗୁଣ୍ଡିଚା ବାଡ଼ିରେ ଭକ୍ତ ବତ୍ସଳ,

     ଶ୍ରୀନନ୍ଦ ଯଶୋଦା ବାଳ ll

          ହୋ ଭଗତେ !

    ରଥଟଣା ହେଲା ଶେଷ,

ଏକଲା ଆସିଲେ ଶ୍ରୀଜଗଦୀଶ,

   ଲକ୍ଷ୍ମୀ ହେଲେ ମହାରୋଷ ll

          ହୋ ଭଗତେ !

      ରଥ ଚାଲେ ଘୁଉଁ ଘୁଉଁ

ରଥ କହିଯାଏ ଦେବତା ମୁଁ ଲୋ

        ପଥ କହୁଥାଏ ମୁଉଁ ll

           ହୋ ଭଗତେ !

        ଜଗତ ଜୀବନ ହରି ,

 ଭକତେ ଶରଧା ତାଙ୍କର ଭାରି,

      ଦୀନବନ୍ଧୁ ଦଇତାରୀ ll

            ହୋ ଭଗତେ !

      ନମଃ ନମଃ ଚକାଡୋଳା,

କେ ବର୍ଣ୍ଣି ପାରିବ ତାଙ୍କରି ଲୀଳା,

      ରୂପ ତା' ତ୍ରିପଣ୍ଡ କଳା ll

              


Rate this content
Log in