ରଙ୍ଗୀନ
ରଙ୍ଗୀନ
ସେ ଗୋଟେ ଫୁଲେଇ ଝିଅ
ତା କଥା ଜମା ନ କହ
ଦୁମୁ ଦୁମୁ ଚାଲି ତାର
ମାରାତ୍ମକ ତା ଚାହାଣୀ
ଆଖିରେ ଆଖିରେ କରିପାରେ ବଶ।
ନଖରାମି କେତେ ତାର
ଅବାଧ୍ୟ ଫାଜିଲିଟିଏ
ତା ଓଠରେ ଏମିତି ନିଶା
ଥରେ ପଡିଲେ ସର୍ବନାଶ ହୁଏ
ତା ସ୍ପର୍ଶ
ଜାଳଇ ନିଆଁ।
ହସ ତାର ଫିକ୍ ଫିକ୍
ଟାଣି ନିଏ ଯେମିତି ଚୁମ୍ବକ
ତା ଟାଣି ମାଣି
ସାଜ ସଜା
ଇନ୍ଦ୍ରଧନୁ ରଙ୍ଗର ସହରଟିଏ।
ମୁଁ ବିଚରା ପ୍ରେମିକ ତାର
ତାକୁ ଦେଖିବାକୁ
ବିକଳିଆ
ତା ଦେହର ବାସ୍ନା
ମୋ ମନରେ ମାଖଇ ଯାଦୁ।
ଦିନେ ନ ହେଲେ ତା ସହ ଦେଖା
କେଉଁଠି ଲାଗେନି ମନ
ତା ପାଇଁ ରଙ୍ଗୀନ ଏବେ
ମୋର ରଙ୍ଗଶୂନ୍ୟ ଏ ଜୀବନ।