ରଙ୍ଗ ରଙ୍ଗୋଲି
ରଙ୍ଗ ରଙ୍ଗୋଲି


ଫଗୁଣର ଡୋଲିରେ
ରଙ୍ଗ ବେରଙ୍ଗ ହୋଲି
ରଙ୍ଗ ଛାଟି ମାଟି ପରେ
ସମ୍ପର୍କ କାଠି ଭାଇଚାରାରେ
ଖେଳିବା ହୋଲି ଯିବା ବୁଲି
କେହି ହେବନି ଚଗଲି
ନହୁଲି ହୋଇ ପିଇବନି ମହୁଲି
ଟୋପେ ସୁଖ ପାଇଁ ରଙ୍ଗ
ଠୋପେ ସ୍ୱର୍ଗ ସୁଖର ମଙ୍ଗ
ରଙ୍ଗ ଖେଳିବାକୁ କାହିଁକି ଅମଙ୍ଗ
ଏଥିରେ ନାହିଁ ଭେଦ
ନାହିଁ ଅଭେଦ କି ଗଦ
ଫେଣ୍ଟି ଖୁଣ୍ଟି ନାଣ୍ଟି ରଙ୍ଗ ଗଦଗଦ
ମିଶ୍ରଣରେ ସଦଭାବ
ରଙ୍ଗରେ ଓଁ ଚତୁର୍ବେଦ ଗହଗହ ନାଦ
ତୁଳୀରେ ରଙ୍ଗ ମହୀରେ ରଙ୍ଗ
ମନ ଓ ହୃଦୟରେ ବି ରଙ୍ଗ
କିଏ ଦେଖାଯାଏ କିଏ ନଯାଇ ଅପଙ୍ଗ
ରଙ୍ଗ ରାଣ ରହିଲା ରଙ୍ଗକୁ କରନା
ବେରଙ୍ଗୀ ବେରଙ୍ଗ
ସବୁ ଯାକ ସାଙ୍ଗ ସଳଖି ମଙ୍ଗ
ଡ଼ଙ୍ଗାରେ ପରଖିବେ ମାଟି ପାଣି ରଙ୍ଗ
ଆକାଶ ଓ ବା ବତାସ ମାଗେ ସଙ୍ଗ
ସମସ୍ତେ ଚାଲ ଯିବା ଖେଳି ହୋଲି ରଙ୍ଗ