Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Gangotri Priyadarshini

Abstract Fantasy Inspirational

3  

Gangotri Priyadarshini

Abstract Fantasy Inspirational

ରଙ୍ଗ ମୋତେ ଦିଅ

ରଙ୍ଗ ମୋତେ ଦିଅ

1 min
198



ତୁମ ପ୍ରେମ ରଙ୍ଗେ ମୋତେ ରଙ୍ଗେଇ ଦିଅ

ବାଣ୍ଟିବା ମିଶି ଭରଷା ସ୍ନେହ ବିଶ୍ୱାସ

ଏମିତି ରଙ୍ଗ ରେ ରଙ୍ଗାଅ ସାଥି

ନଛାଡୁ ଯେମିତି ପ୍ରାଣେ ଥିବା ଯାଏ ଶେଷ ନିଃଶ୍ୱାସ ।।


ଦୁଃଖ ସୁଖ ଭଲ ମନ୍ଦ ଜୀବନ ରହିଛି ଥିବ

ହସ ଖୁସିରେ ଜୀବନ କ୍ଳିଷ୍ଟ କିଛି ଜଣା ନ ପଡ଼ିବ

ଏକାଠି ହୋଇ ଖୋଜିବା ନୂତନ ରାହା ହାରି ନ ଯିବା

ଆସୁ ଝଡ ଆସୁ ଝଞ୍ଜା ସାମ୍ନା କରିବା

ଜୀବନ ଟା ସଦା ମନଛୁଆଁ ସଙ୍ଗୀତ ମନେ ରଖିବା ।।


ହାତ ଦିଅ ସାଥି ପାହି ଯାଉ ରାତି

ସକାଳ ଆଣିବ ଆଶା ପସରା ରଙ୍ଗରେ ଭରି

ଜୀବନ ପାତ୍ର ପୂର୍ଣ୍ଣ ହୋଇବ ଈଶ୍ୱର କୃପା ପ୍ରତି ପାଦେ ସୁମରି

ସୃଷ୍ଟି ସୁନ୍ଦର ଶ୍ରେଷ୍ଠତା ପଥେ ଚାଲିବା ଆମେରେ କର୍ମ ଆଦରି

ହୋଲି ଆସିଛି ଆସିବ କାଲି ସୁଖର ପସରା ମେଲି ।।



Rate this content
Log in