Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Action Classics Inspirational

4  

Sunanda Mohanty

Action Classics Inspirational

ରଜ

ରଜ

1 min
4



ରଜ ଆସେ ମଉଜନେଇ 

ହୋଇ ସଜବାଜ 

ରଜ ଆସେ ଦୋଳି ଖେଳ ନେଇ 

ଝିଅ ବୋହୁଙ୍କ ଅଧରେ ଲାଜ 

ରଜ ଆସେ ପୋଡପିଠା ଖାଇ 

ମୌସୁମୀ ଗରଜ ଘୋଡେଇ ସୁରୁଜ 

ରଜ ଆସେ ଧରଣୀ ରାଣୀ ହୁଏ 

କୃଷି ଉପଯୋଗୀ ହୋଇ କରେ ରାଜ 

କୃଷକ ମନ ହୁଏ ଛନଛନ 

ମାଟିମାଆ କର୍ଷଣ ସାଜେ ସଜ 

ରଜ ଆସେ ଚାରି ଅବା ତିନିଦିନ 

ଯିଏ ଯାହା ହେଜ କିନ୍ତୁ ମଉଜ ହିଁ ମଉଜ 

ଆକାଶେ ରହି ବାଦଲ କାଗଜରେ 

ଚିଠି ଲେଖେ ମେଘ ଭରି ମଗଜ 

ରଜ ଆସେ ବନସ୍ତରେ ଯେବେ ଡାକେ ଗଜ 

ରଜ ହୁଏ ଘରେ ଘରେ ଅଥାର ହୁଏ ସଜ 

ସଂକୀର୍ତ୍ତନ ପାଲା ଦାଶକାଠିଆ 

କରୁଥାଏ ବାଜ ଯେଣୁ ଆସେ ରଜ 

ଖିଆପିଆ ଦିଆନିଆ ଭାବ ସ୍ନେହ ଆଜ 

କାଲି ଥିଲା ଆଜି ଅଛି ଥିବ କାଲି ଏ ବରଜ 

ଚାଷୀ ଭାଇ ମାରେ ହାଇ 

ବିଲ ବଛା ରୁଆରୋଇ ହୋଇବ ସହଜ 

ରଜରେ ଯେଣୁ ମେଘର ଗରଜ 

ପାଗ ଥଣ୍ଡା ଗ୍ରୀଷ୍ମ ବଜାଏ ପଖଉଜ 

ବେଳା ଭଲ ନାହିଁ ଭେଳା ବୁଡ଼ିଲଇଁ 

ଆସିଛି ପା ରଜ ଗ୍ରୀଷ୍ମ ଯିବାକୁ ହୁଏ ସଜ 

ଯିବା ଆସିବା ଖେଳ ଦେଖି ବେଳକାଳ 

ଚକାଆଖି କରୁଥାନ୍ତି ସାଜସଜ୍ଜାକୁ ସହଜ ।


Rate this content
Log in

Similar oriya poem from Action