STORYMIRROR

Santosh Pattnayak

Others

3  

Santosh Pattnayak

Others

ରଜ ମଉଜ

ରଜ ମଉଜ

1 min
59

ଆଗଭଳି ଆଉ ନାହିଁ ମଉଜ 

ହାତଗଣା ଏବେ ପାନ-ବରଜ

ପାନ ବିନା ଫିକା ଲାଗେ ଏ'ରଜ 

ଗାଆଁଟା ହେଇଛି ସହରୀ ସଜ ।।


ପୋଡ଼ପିଠା ଏବେ ଖାଇବା ଲାଜ

ଆଧୁନିକତାର ପଡ଼ିଛି ବୀଜ

କୁଆଁରୀଙ୍କ ନାହିଁ ଅଳତା ସଜ

ପାଶ୍ଚାତ୍ୟ ଦୋଳିରେ ହସୁଚି ରଜ ।।


ମଣିଷ ହାତରେ ମଲାଣି ଗଜ 

ଆତ୍ମିୟତାଟିର ପଡ଼ିଛି ଖୋଜ 

ଅନୀତିରେ ଭରା ମଣିଷ ଭୁଜ 

ସଂସ୍କୃତି ପୁରେ ଅସଂସ୍କୃତି ଶେଜ ।।


ସ୍ଵର୍ଣ୍ଣିମ ସଂସ୍କୃତି ଉତ୍କଳ ଶୌର୍ଯ୍ୟ

ଜୀଇଁଛି ଜୀଇଁବା ଅପରିହାର୍ଯ୍ୟ 

ଉତ୍କଳ ସଂସ୍କୃତି ନହେଉ ଉଜ 

ଏଥକୁ ସହାୟ ହେ'ଚତୁର୍ଭୁଜ ।।


Rate this content
Log in