ରଜ ମଉଜ
ରଜ ମଉଜ
ବରଷକେ ଥରେ ରଜ
ଗଣପର୍ବ ଆମ ଗଲାଣି ହେଜ
ମୋ ବଉଳ ଲୋ
କାହିଁ ହଜିଗଲା ସେ ମଉଜ
ବଉଳ ଲୋ ।
ବାସୁନାହିଁ ପିଠା ପଣା ଘରେ
ଶୂନ୍ୟରେ ଶୂନ୍ୟରେ ମଣିଷ ମରେ
ମୋ ବଉଳ ଲୋ
ଚାଲ କାରଣ ଖୋଜିବା ଥରେ
ବଉଳ ଲୋ ।
ଆଉ ନାହିଁ ଗଛ ଡ଼ାଳ
ଦୋଳି ଲଗେଇବା ହୋଇଲା କାଳ
ମୋ ବଉଳ ଲୋ
ମହୀ ହୋଇଗଲା ଟଳମଳ
ବଉଳ ଲୋ ।
ବନ କାଟି କରୁଛି ଟାଙ୍ଗରା
କଳିଯୁଗ ଏହି ମଣିଷ ପରା
ମୋ ବଉଳ ଲୋ
ଜରାଜୀର୍ଣ୍ଣ ହୋଇଯାଏ ଧରା
ବଉଳ ଲୋ ।
ବନ୍ୟା ବାତ୍ୟା ଯେତେ ଆସି
ମହାମାରୀ ସଙ୍ଗେ ଦେଉଛି ଗ୍ରାସି
ମୋ ବଉଳ ଲୋ
ଜନ ଜୀବନ ଯାଉଛି ଭାସି
ବଉଳ ଲୋ ।
ଯଦି ନବୁଝିବେ ଜନେ
ପଡ଼ିଯିବ ହାହାକାରଟି ଦିନେ
ମୋ ବଉଳ ଲୋ
ଆଉ ମିଳିବନି ରାହା ଆନେ
ବଉଳ ଲୋ ।
ବୈଶାଖେ ଲାଗିବ ଜାଡ଼
ପଉଷ ମାଘରେ ଉତ୍ତାପ ବଡ଼
ମୋ ବଉଳ ଲୋ
ମାସ ମାସ ଧରି ହେବ ଝଡ଼
ବଉଳ ଲୋ ।
ବେଳ ଥାଉ ବୁଝରେ ମାନସ
ମହାପ୍ରଳୟ ହେବନି ଅବଶ୍ୟ
ମୋ ବଉଳ ଲୋ
ସରା ନମଣ ଧରାକୁ ମନୁଷ୍ୟ
ବଉଳ ଲୋ ।