ର୍ଵିଭୀଷଣ ଶରଣ୍
ର୍ଵିଭୀଷଣ ଶରଣ୍


ରାମ ଗୁଞ୍ଜନ ଅନ୍ତର୍ଗତେ ଯାର
ପ୍ରଭୁଙ୍କ ପ୍ରୀତି ଧ୍ୟାନ *ନିରନ୍ତର*
ଅଟନ୍ତି ସେହୁ*ଜ୍ଞାନର ସାଗର
ଵିଭୀଷଣ ନାମ ଅଟେତାଙ୍କର
ବିଶ୍ରବା ନନ୍ଦନ
ସତ୍ୟଧର୍ମ କର୍ମ କର୍ତ୍ତବ୍ୟେ ଜ୍ଞାନ !
ତ୍ୟାଗକରି ତାଙ୍କ ବନ୍ଧୁ ଗୁ ଟୁ ମ୍ବ
ରାମ ପାଦତଳେ ଗଲେ ଶରଣ୍
ରକ୍ଷା କର ପ୍ରଭୁ ମୁଁ *ଵିଭୀଷଣ
ମନବାଞ୍ଛା ମୋର ହେଉ ପୂରଣ
ଭକ୍ତଙ୍କର ବନ୍ଧୁ
ସ୍ଥାନ ଦିଅହେ ପ୍ରଭୁ କୃପାସିନ୍ଧୁ !
ବୁଝାଇଲେହେ ନ ବୁଝିଲା ଭାଇ
ପାପଧର୍ମ ସେ ନ ଜାଣିଲା ସେହି
କଟୁ କଥା ସେ *କହିଲ *ବହୁତ୍*
ଗୋଇଠାମାରିଲା ଭାଇ ମୋତେତ
ନାହିଁ ସ୍ଥାନ ମୋର
*ଆସିଛିହେ* ନାଥ ତବ ପାଖର !
ଦେଖି ଵିଭୀଷଣ ହେଲେ ଆନନ୍ଦ
ବୋଲି ଲଙ୍କେଶ୍ବର କଲେ ସମ୍ବାଦ
ସବୁ ଯୁଗେ ହେଉ *ପ୍ରଭୁ ଦର୍ଶନ
କଲେ ଟି ପ୍ରଭୁ ବହୁ *ଆଲିଙ୍ଗନ*
ଆନନ୍ଦିତ ମନ
ଯୁଦ୍ଧ ସ୍ଥଳରେ ରାମରାମ ସ୍ବନ !
ରାମଙ୍କୁ ପା ଇ ଣ ଖୁସି *ଅପାର*
ରହିଲା *ଛାମୁରେ* ଭକ୍ତ *ପ୍ରବର
ଜ୍ଞାନୀସେ ଅଟେ ଵିଭୀଷଣ ବୀର
ମାୟାବୀ ବହୁ ରାବଣ ସୋଦର
ଗୁଣ ରାକ୍ଷସର
ଜାଣିଛି ସବୁ ଵିଭୀଷଣ ବୀର!!