Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bijaya Panda

Inspirational

5.0  

Bijaya Panda

Inspirational

ରହସ୍ୟମୟ ଜୀଵନ

ରହସ୍ୟମୟ ଜୀଵନ

1 min
362


ମଣିଷ ଜୀବନ ରହସ୍ୟମୟ..

କାହାକୁ ପାଷାଣରେ

ଦେବତା ଦେଖା ଦିଅନ୍ତି

ତ,

କେହି ଦେବତାଙ୍କୁ ପାଷାଣ ଭାବନ୍ତି,

ଦେବ ଅସ୍ତିତ୍ୱକୁ ପ୍ରଶ୍ନ କରନ୍ତି !!

କେହି ଜୀବନକୁ

ଗୋଟିଏ ଜଟିଳ ପ୍ରଶ୍ନ ଭାବି,

ସମାଧାନ ଖୋଜିବାରେ ଵ୍ୟସ୍ତ

ତ,

କେହି ବିଶ୍ୱନିଅନ୍ତାଙ୍କ ପାଖରେ

ସମର୍ପି ଦିଅନ୍ତି ନିଜ ଦେହ ମନ ପ୍ରାଣ ।

କେହି ଜୀବନସାରା

ଏକୁଟିଆ ଦୌଡ଼ରେ ଵ୍ୟସ୍ତ

ତ ,

କେହି ନିଜ ଜୀବନ ନୌକାରେ

ନାଉରି ଟିଏ ହେଇ

ସମସ୍ତଙ୍କୁ ନେଇ ଚାଲିବାର ପ୍ରୟାସରେ

ଜଳାଞ୍ଜଳି ଦିଅନ୍ତି ସବୁ ସୁଖ,

ତ୍ୟାଗ କରନ୍ତି ସବୁ ଖୁସି

ଅନ୍ୟର ଜୀଵନ କରନ୍ତି

ଆନନ୍ଦମୟ ..

ଜୀବନ ସେଇ ଭଗବାନ ହାତେ ଗଢା

ହେଲେ ବି ଏ ଜୀବନ ରହସ୍ୟମୟ.. ।


Rate this content
Log in