PUSPALATA SAHOO

Others


3  

PUSPALATA SAHOO

Others


ରହସ୍ୟ

ରହସ୍ୟ

1 min 220 1 min 220

ଜନ୍ମ ନେଇଛେ ଏଇ ଧରଣୀ ପୃଷ୍ଠରେ 

ପଶୁ, ପକ୍ଷୀ ମଣିଷ ଜୀବଜନ୍ତୁ 

କେତେ ପ୍ରକାର ଜୀବ ତାର ନାହିଁ କଳନା 

କିଏ ଜଳରେ, ସ୍ଥଳରେ ଆଉ କିଏ ବାୟୁରେ 

ନିଜ ନିଜ ବାସ ସ୍ଥାନ ବାଛି ନେଇଛି 

ଜନ୍ମ ମୃତ୍ୟୁର ତାଣ୍ଡବ ଲୀଳା ଭିତରେ 

ଆମେ ଆମ କର୍ମ କରୁଅଛୁ 

କେବେ ଜନ୍ମ ନେଉଛୁ ପୁଣି 

କେବେ ମୃତ୍ୟୁର ଫାଶରେ ବଳି ପଡୁଛୁ 

କିଏ ଜାଣିବ ତାର ରହସ୍ୟ 

ରହସ୍ୟମୟ ଏ ପୃଥିବୀ 

ଜନ୍ମ ମୃତ୍ୟୁର ରହସ୍ୟ କେହି ବୁଝି ନାହିଁ 

କି କେହି ବୁଝି ପାରିବେ ନାହିଁ 

ସେହି ଏକା ପରମେଶ୍ୱର 

ଯିଏ କରି କରାଉ ଥାଏ 

ସେହି ଏକା ଜାଣିଛନ୍ତି ତାର ରହସ୍ୟ 

ଆମେ ତ ନିମିତ୍ତ ମାତ୍ର 

କେବଳ ଜୀବନ ଧରି ପୃଥିବୀରେ 

କର୍ମ କରିବାକୁ ଆଦେଶ ପାଇ

କର୍ମରେ ବଶୀଭୂତ ହେବା 

ସବୁ ରହସ୍ୟର ଗୁଢ ତତ୍ତ୍ୱ ତାଙ୍କୁ ହିଁ ଜଣା 

ହେ !!ପରମେଶ୍ୱର 

ରକ୍ଷା କର ତଵ ପୃଥିବୀକୁ 

ନିଜ ସୃଷ୍ଟିକୁ ଏଇ କରୋନାରୁ 

ରହସ୍ୟକୁ ଉନ୍ମୋଚନ କର 

ସବୁ ମନରୁ ଆଉ ପ୍ରାଣରୁ ||


Rate this content
Log in