Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Classics Inspirational Others

4  

Sadananda Sahoo

Classics Inspirational Others

ରେଶମୀ ସୂତାର ଡୋରୀ

ରେଶମୀ ସୂତାର ଡୋରୀ

1 min
358


ବହୁଦୂରେ ଅଛି ମୋର ସୁନାଭାଇ

    ଆସିବକି ଆଜି ଫେରି  

ଫେରିଲା ବାଟକୁ ଚାହିଁ ରହିଅଛି

   ସେହ୍ନ ପ୍ରେମ ପଡେଝରି  ।


ରେଶମୀ ସୂତାର ଏ'ରାକ୍ଷୀ ସମ୍ପଦ

     ଅମୂଲ୍ୟ ରତନ ଗାଥା

ସୁକଲ୍ଯାଣି ଭଗ୍ନୀ ହସ୍ତେ ଦେବି ବାନ୍ଧି

    ଭାରତୀ ମାଆର ପ୍ରଥା ।


 ଅଲିଭା ପ୍ରଦୀପ ଭାଇ ସ୍ନେହ ପ୍ରେମ

    ସବୁଠୁ ନିଆରା ଜାଣ

 ଅତୁଟ ସମ୍ପର୍କ ସମାଜେ ବଳିଷ୍ଠ

    ଜୀବନ ଯାତ୍ରାରେ ପୁଣ ।


  ସୁରକ୍ଷା କବଚ ମନପ୍ରାଣ ମିତ

      ଭାଇତ ଜଗତ ଜିତା  

ବିପଦ ଆପଦେ ଭାଇ ସାହା ହୁଏ

     ଅଦୃଶ୍ୟ ବନ୍ଧନ ସତ୍ତା ।


କୁହୁକର ମନ୍ତ୍ର ଭାଇ ସ୍ନେହ ପ୍ରେମ

     ବିଲୀନ ହୁଏନି କେବେ

ଜନ୍ମ ଠାରୁ ମୃତ୍ୟୁ ସର୍ବୋତ୍ତମ ବନ୍ଧୁ

    ଭାଇ ଠିଆହୁଏ ଆଗେ ।


ମୋ ଭାଇ ସୈନିକ ମୋ ଭାଇ କୃଷକ

    ଦେଶ ମାତୃକାର ବନ୍ଧୁ

ଜୀବନକୁ ବାଜି  ଲଗାଏ ହସି

   ଢ଼ାଳିଦେଇ  ରକ୍ତବିନ୍ଦୁ  ।


ସୀମାରେ ସାଜିଛି ଜାଗ୍ରତ ପ୍ରହରୀ

     ବନ୍ଧୁକ କମାଣ ଧରି

ତ୍ୟାଗପୂତ ତାର ଜୀବନ ଆଦର୍ଶ

     ନିର୍ଭୀକତା ଅଛିଭରି  ।


ସୀମାରୁ ଆସିଛି ସ୍ନେହଭରା ଚିଠି

    ସଅଳେ ଆସିବ ଫେରି

ରାକ୍ଷୀ ପୂର୍ଣ୍ଣିମାରେ ରେଶମୀ ସୂତାରେ

    ହସ୍ତରେ ବାନ୍ଧିବି ଡୋରି  ।


ଦୂର ପରବାସୀ ଭାଇ ମୋର ଆଜି

      ଉଙ୍କିମାରେ  ସ୍ମୃତିରାଜି

ଅନୁଭୂତ ହୁଏ ଅଛି ମୋ ପାଖରେ

      ସହଜେ ପାଇବି ଖୋଜି ।


ସମ୍ପର୍କର ଡୋରି ଆଣିବତ ଟାଣି

   ଯେତେ ଦୂରେ ଥାଉ ଭାଇ

ସୁନା ଭଉଣୀର ସ୍ନେହ ପ୍ରେମ ନୀର

     ଆଉକେ ପାରିବ ଦେଇ  ।


 ଜଗତର ନାଥ  ତଵ ସୁକଲ୍ଯାଣ

     ଭାଇମୋ ସ୍ନେହ ଆଶିଷ

ମୋର ପରମାୟୁ ଅପସରି ଯାଉ

     ଭାଇକୁ ଦିଅ ଆୟୁଷ ।


ଚକ୍ର ଆଢୁଆଳ ରଖିବ ସରାଗେ 

    ଭାଇ ମୋ ନିରୀହ ଜନ

ତବ ଆଶୀର୍ବାଦେ ହସିବ ସଂସାରେ

    ଏଇ ମୋର ନିବେଦନ ।


Rate this content
Log in