ରେବତୀ
ରେବତୀ
ସେ କଣ ଜାଣିଥିଲା
ପାଦ ପକାଇବା ରାସ୍ତା
ଏତେ ଖସଡ଼ା,
ତାରୁଣ୍ୟର ଚପଳତା
ଲିଭି ନଥିଲା
କଅଁଳ କଢିଟିଏ,
ମନରେ ଅହେତୁକ ପ୍ରଶ୍ନ !!!
ପାଠ ପଢିବ, ଅକ୍ଷର ଶିଖିଵ,
ନିଜେ ବହି ପଢିବ,
ବହି ପଢି ସମସ୍ତଙ୍କୁ ଶୁଣାଇବ,
ଅଫୁରନ୍ତ ଆନନ୍ଦରେ ହିଲ୍ଲୋଳିତ,
କଅଁଳ ବାଛୁରୀ ପରି
ଡେଉଁଥିଲା ତନୁ ମନ,
ସରଳା, ନୀରିହା, ନିଷ୍ପାପ ଝିଅଟିଏ,
ଶାନ୍ତ ଗୋଧୂଳି,
କାନ୍ତ କମନୀୟ ଅଙ୍ଗେ
କାଳିମା ବୋଳି ଦେଲା ଜେଜେମା,
ଲୋ ରେବୀ, ଲୋ ନିଆଁ, ଲୋ ଚୁଲି,
ଅଭିଶପ୍ତl, ସେ
ପାଠ ଆରମ୍ଭରୁ ଅସ୍ତମିତ
ହେଲେ ଭାଗ୍ୟ ରବି,
ହରାଇଲା ସ୍ନେହର ବନ୍ଧନ,
ଯେ ଡାଳ ଧରିଲା
ଭାଙ୍ଗିଲା ସେ ଡାଳ,
ବାସୁ ଭାଇ ନିଜର ହେବା ଆଗରୁ
ଅଧା ବାଟରେ ଲୁଚି ଗଲେ
ଚିର ଦିନ ପାଇଁ,
କାଳ ଭଉଁରୀର
ଚୋରା ବାଲିରେ,
ସୁଅ ମୁହଁରେ ପିମ୍ପୁଡିଟିଏ ସେ,
କେହି ଦେଲେନି ଭରସାର ପତରଟିଏ,
ଅନ୍ଧାରି ମୁଲକରେ ମିଶି ଗଲା
ଜ୍ୱଳନ୍ତ ଅଗ୍ନିର ପାଉଁଶ ପରି,
ମନ ତଳେ ରହିଗଲା
ଅଧୁରା ସପ୍ନ,
ଶିକ୍ଷାର ଲିଭା ସିଲଟର ଗାରେ,
ନାରୀ ଶିକ୍ଷାର ଦୀପ ଜାଳୁ ଜାଳୁ,
ଆଦିନିଆଁ ଝଡ଼ ଲିଭାଇ ଦେଲା,
ତା ସ୍ୱପ୍ନର ଜୀବନ୍ତ ଦୀପ,
ସେ ରହିଛି, ରହିବ ନାରୀ ଶିକ୍ଷାର
ପ୍ରଥମ ବିପ୍ଳବୀନି ସାଜି,
ବଞ୍ଚିବ ରେବତୀ, ନାରୀ ଶିକ୍ଷାର
ସୁଦୀପ୍ତ ପଥରେ
ମାଇଲ ଖୁଣ୍ଟଟିଏ ହୋଇ,
ନାରୀ ଶିକ୍ଷାର ବିଜୟ କେତନରେ
ଅଙ୍କିତ ବେଲାଳସେନ ହୋଇ
ସେ ଅମର ରହିବ ନାରୀ ଶିକ୍ଷାର
ଜ୍ୱଳନ୍ତ ମଶାଲଟିଏ ହୋଇ
ଏ ସମାଜର ଅଗ୍ରଣୀ ନାରୀ ହୋଇ ll