ରେ ମଣିଷ
ରେ ମଣିଷ
ରେ ମଣିଷ......
ରେ ମଣିଷ.......
ତୁ ତ ପୋଡ଼ି ଗଲେ ହେବୁ ପାଉଁଶ
ତୁ ତ ପୋଡ଼ି ଗଲେ ହେବୁ ପାଉଁଶ।
ତୋତେ ପୋଡ଼ି ନ ପାରିଲେ ପୋତିବେ
ଲୁଣ ମାଟି ତୋ ଉପରେ ଲଦିବେ
ଲୁଣ ଖାଇ ଯିବ ହାଡ଼ ମାଉଁସ।
ଲୁଣ ଖାଇ ଯିବ.......
ରେ ମଣିଷ......
ଆଜି ଭାବୁଛୁ ଯାହାକୁ ନିଜର
ସ୍ବାର୍ଥ ସରିଲେ ହେବେ ସାତ ପର
ଏଠି ନିଃଶ୍ୱାସକୁ
ନାହିଁ ବିଶ୍ୱାସ
ଏଠି ନିଃଶ୍ୱାସକୁ
ନାହିଁ ବିଶ୍ୱାସ।
ରେ ମଣିଷ......
ଏଠି ରକତ ସାଜୁଛି ବଇରୀ
ଅଣ୍ଟୀ ଛୁରୀ ସାଜିଛିରେ ଭଗାରୀ
ଏଠି ସମ୍ପର୍କେ
ଭରି ଅଛି ବିଷ
ଏଠି ସମ୍ପର୍କେ
ଭରି ଅଛି ବିଷ......।
ରେ ମଣିଷ......
ରେ ମଣିଷ.......