ରାମ ରାଜା ହେବେ
ରାମ ରାଜା ହେବେ


ରାମଙ୍କୁ ତ ରାଜ୍ୟ ଭାର ଦେବା ପାଇଁ
ଦଶରଥ ଚିନ୍ତା କଲେ
ମନ୍ତ୍ରୀ ପରିଷଦ ଚାରି ରାଣୀ ଙ୍କୁ ତ
ରାଜା ଯେ ଏକାଠି କଲେ
ସମସ୍ତେ କହିଲେ ରାମ ରାଜା ହେଲେ
ଅଯୋଧ୍ୟା ହୋଇବ ଖୁସି
ରାମ ରାଜା ହେଲେ ଖୁସି ରେ ରହିବେ
ଅଯୋଧ୍ୟା ନଗର ବାସୀ
ରାଣୀ ମନେ ସର୍ବେ ଖୁସି ରେ ଯେ ଥିଲେ
ରାମ ଆମ ରାଜା ହେବ
ପ୍ରଜା ମାନଙ୍କୁ ସେ ଅତି ଆନନ୍ଦରେ
ପାଳନ ସେ କରୁଥିବ
ବିଧିର ବିଧାନ ଅଲଗା ଯେ ଥିଲା
ମନ୍ଥରା ପ୍ରବେଶ ହେଲା
କୈକେୟୀ ଙ୍କ ଖୁସି ଦେଖି ଯେ ମନ୍ଥରା
ପାଗଳୀ ତାଙ୍କୁ କହିଲା
କହିଲା ରାମ ତ ରାଜା ହେବ ଯଦି
ତୋ ପୁତ୍ର ହୋଇବ ଦାସ
ସବୁ ଖୁସି ତୋର ସାରିଯିବ ଏଠି
ହେବ ତୋର ସର୍ବନାଶ
କୈକେୟୀ ରାମଙ୍କୁ ଭାରତଙ୍କ ଠାରୁ
ସ୍ନେହଁ ପ୍ରେମ କରୁଥିଲେ
ରାମଙ୍କ ନାମରେ କହୁଅଛି ବୋଲି
ମନ୍ଥରା କୁ ଗାଳି ଦେଲେ
ବହୁ ବୁଝେଇଲା ପରେ ଯେ ମନ୍ଥରା
କୈକେୟୀ ଯେ ବଦଳିଲେ
ଭରତ ଙ୍କୁ ରାଜା କରିବା ପାଇଁ କି
ମନେ ସିଏ ଚିନ୍ତାକଲେ
କେମିତି କରିବି ଭାରତ ଙ୍କୁ ରାଜା
ମନ୍ଥରା କୁ ପଚାରିଲେ
ମନ୍ଥରା କହିଲେ ପୂର୍ବ ସତ୍ୟ କଥା
ମନେ ଯେ ପକାଇଦେଲେ
ଦୁଇ ଗୋଟି ସତ୍ୟ ଦେଇଥିଲେ ରାଜା
ଯେବେ ତୁମେ ମାଗିନେବ
ଆଜି ସେ ସମୟ ଆସିଅଛି ରାଣୀ
ତାହା ତୁମେ ମାଗିନେବ
ପ୍ରଥମ ବର ରେ ମାଗିବ ଯେ ତୁମେ
ଭରତ ମୋ ରାଜା ହେବ
ତୁମ ପୁତ୍ର ରାମ ଚଉଦ ବରଷ
ବନ କୁ ଯେ ଚାଲିଯିବ
ଅଯୋଧ୍ୟା ରେ ଖୁସି ବାସି ଚାଲିଥାଏ
ରାମ ଆମ ରାଜା ହେବେ
ଖୋଜା ଯେ ପଡିଲା ରାଣୀ କୈକେୟୀ ଙ୍କୁ
କେଉଁଠି ଯେ ସିଏ ଥିବେ
ଖୁସି ର ସମୟେ କେଉଁ ଆଡେ ଗଲେ
କେଉଁଠି ସେ ରହିଛନ୍ତି
> ଶୁଣିଲେ ଯେ ତାଙ୍କ କକ୍ଷରେ ତା ରାଣୀ
ଭୂମି ରେ ତ ସୋଇଛନ୍ତି
ଆସିଲେ ଯେ ରାଜା ପଚାରିଲେ ତାଙ୍କୁ
କାହିଁ ପାଇଁ ସୋଇଅଛ
କାହିଁ ପାଇଁ ତୁମେ ମନ ଦୁଃଖ କରି
ଏହିଠାରେ ରହିଅଛ
ବହୁ କଥା ରାଜା ବୁଝାଇଲା ପରେ
କୈକେୟୀ ତ ରାଜିହେଲେ
ପୂର୍ବେ ଦେଇଥିବା ଦୁଇ ଗୋଟି ବର
ଏବେ ଦେବାକୁ କହିଲେ
ରାଜା ଯେ କହିଲେ ଛୋଟ କଥା ପାଇଁ
ତୁମେ ଆଜି ଋଷିଅଛ
ଏବେ ତୁମେ ମାଗ ଦୁଇ ଗୋଟି ବର
ଯାହା ତୁମେ ଭାବିଅଛ
କୈକେୟୀ ରାଜାଙ୍କୁ ଚାହିଁ କରି ଟିକେ
କହିଲେ ହେ ସତ୍ୟକର
ଯାହା ମୁଁ କହିବି ଦେବେ ମତେ ତୁମେ
ମୋର ସେଇ ଦୁଇ ବର
ରାଜା ଦଶରଥ ସତ୍ୟ ଯେ କରିଲେ
ଯାହା ଯେ ତୁମେ କହିବ
ଦେଇଥିବା ତୁମ ଦୁଇ ଗୋଟି ବର
ଆଜି ଯେ ପୁରଣ ହେବ
ପ୍ରଥମ ବର ମୋ ଭରତ ଙ୍କ ପାଇଁ
ଭରତ ମୋ ରାଜା ହେବ
ଦ୍ୱିତୀୟ ବର ମୋ ଚଉଦ ବରଷ
ରାମ ଯେ ବନକୁ ଯିବ
ଶୁଣି ଦୁଇ ବର ଦଶରଥ ରାଜା
ଭୂଇଁ ରେ ଲୋଟି ପଡିଲେ
ଯେତେ ବୁଝେଇଲେ କୈକେୟୀ ରାଣୀଙ୍କୁ
ଜମା ସିଏ ନ ବୁଝିଲେ
କରୁଣ କଣ୍ଠରେ ଡାକି ଶ୍ରୀରାମ ଙ୍କୁ
ଦଶରଥ ବୁଝାଇଲେ
ଦୁଇ ଗୋଟି ବର ବିଷୟରେ ରାଜା
ରାମଙ୍କୁ ତ କହିଦେଲେ
ପ୍ରଭୁ ରାମଚନ୍ଦ୍ର ପିତା ଙ୍କ ବଚନ
ସବୁବେଳେ ମାନୁଥିଲେ
ଯେତେ ରୋକିଲେ ବି ରାଜା ଦଶରଥ
ରାମ ଯେ ବନକୁ ଗଲେ
ପିତା ସତ୍ୟ ମାନି ପ୍ରଭୁ ରାମଚନ୍ଦ୍ର
ବନ ପାଇଁ ବାହାରିଲେ
ରାମଙ୍କ ସାଙ୍ଗରେ ଲକ୍ଷ୍ମଣ ଜାନକୀ
ତାଙ୍କ ସାଥେ ବାହାରିଲେ
ସାରା ଅଯୋଧ୍ୟାରେ ଦୁଃଖ ଛାଇଗଲା
ନର ନାରୀ କାନ୍ଦୁଥିଲେ
ରାମଙ୍କ ପଛରେ ଯିବା ପାଇଁ ସର୍ବେ
ପଛେ ପଛେ ଯାଉଥିଲେ ।।