Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhagirathi Mohanty

Abstract Tragedy Inspirational

3  

Bhagirathi Mohanty

Abstract Tragedy Inspirational

ରାମ ରାଇଜର ସପନ ଦେଖୁଛେ,

ରାମ ରାଇଜର ସପନ ଦେଖୁଛେ,

1 min
159



ରାମ ରାଇଜ ର ସପନ ଦେଖୁଛେ

ରାବଣ ଶାସନ କାଳେ,

ଦିବା ସପନ ଏ ସତ ହେବ ନାହିଁ

କଳି ଯୁଗ ଶେଷ କାଳେ ।

ତ୍ରେତୟା ରେ ଅନ୍ତ ହେଲେନି ରାକ୍ଷସ,

ଲେଉଟିଲେ କଳି କାଳେ,

ମନ୍ତ୍ରୀ ଓ ଯନ୍ତ୍ରୀ ଙ୍କ କଳେବର ଧରି

ଆସିଲେ ମହୀ ମଣ୍ଡଳେ ।

ରକତ ନିଗିଡା ଧନ ଖାଉଛନ୍ତି

ଗରିବ ବାପୁଡ଼ା ଠାରୁ,

ଖଟି ଖଟି ଅଣ୍ଟା ନଇଁ ଯାଉଆଛି

ବସି ଖାଇଲେ ସେ ଦାରୁ ।

ନୁଆଣିଆ ଚାଳେ ପାଣି ଗଳୁଅଛି

ଛପର କୁ ନାହିଁ ବଳ,

ଉପରକୁ ଆଖି ଟେକି ଦେଖୁଛନ୍ତି

ମୁନାଫାଖୋର ତ୍ରିତଳ ।

ଗୋଟିଏ ଲୋକର କୋଟି କୋଟି ଟଙ୍କା

ଛିନି ଛତର ପଡ଼ିଛି,

ଡରେସେ କାହାକୁ ଭୟ ଯେ କାହାକୁ

ବଡ଼ ଲୋକ ପାଖେ ଅଛି।

ନୋଟ୍ ଦେଇ ବାବୁ ହାତରେ ରଖିଛି

କେତେ ବଡ଼ ବଡ଼ ନେତା,

ଧରା ପଡିଗଲେ ଟଣା ହେଉଅଛି

କେହି ନାହିଁ ତ୍ରାଣ କର୍ତ୍ତା ।

 ସତେକି ସେ କାଳ ଲେଉଟିବ ଦିନେ

ରାମ ରାଇଜ ଫେରିବ, 

ଶାସକ ଶାସିତ ହେବେ ଏକାକାର

ଗରିବୀ ଦେଶୁ ହଟିବ ।


Rate this content
Log in

Similar oriya poem from Abstract