Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUKANTA KHANDA

Abstract

3  

SUKANTA KHANDA

Abstract

ରାମ ନବମୀ

ରାମ ନବମୀ

1 min
136



ମାନବ କଲ୍ଯାଣ ପାଇଁକି ହେ ରାମ

   ଅପାର ତ୍ଯାଗ କରିଲ

ଜଗତବାସୀଙ୍କ ମନ ଗହନରେ

   ତୁମେ ସଦା ଲାଖିଗଲ।୧

ତୁମକୁ ଆଜି ହିଁ ମନେ ପକାଉଛୁ

   ଯଦିଓ କର୍ମରେ ନାହିଁ

ଶିକ୍ଷାକୁ ଶିଖିନୁ ନିତି ହିଁ ଜୀବନେ

   ତୁମର ଲକ୍ଷ୍ଯକୁ ଚାହିଁ।୨

ତୁମର ତ୍ଯାଗ ତ ପତ୍ନୀ ଅବା ପୁତ୍ରେ

   ମୋହ ହିଁ ହୃଦେ ନ ଥିଲା

ଶିକ୍ଷା ଦେବା ପାଇଁ ଦୂରକି କରିଲ

  ମାତା କଳଙ୍କିନୀ ଥିଲା?୩

ସବୁ ହିଁ ତୁମର ମାୟାର ଭେଳିକି

   ଜଗତ ଉଦ୍ଦେଶ୍ଯ ନେଇ

କିନ୍ତୁ ହେ ଶ୍ରୀରାମ ଆମେ ତ ନୀଚ୍ଚତା

   ତୁମ ପରି ହେବୁ କାହିଁ?୪

ବହି ପଢୁଅଛୁ ଗୀତ ଶୁଣୁଅଛୁ

   ସବୁ ଏ କାନରେ ପଶି

ଆର କାନ ଦେଇ ବାହାରକୁ ନିତି

   ପିଙ୍ଗିଥାଉ ଧରି ରଶି।୫

କେବଳ ତୁମକୁ ମନେ ପକାଇବା

   ତେଣୁ ହିଁ ଆଜି ଦିନଟି

ପାଳନ କରୁଛୁ ସ୍ବଚ୍ଛତା ମନରେ

   ଯେମିତି ବଡ଼ ଭକ୍ତଟି?୬

ଭକ୍ତ ନୁହେଁ ତୁମ ଆହା ହନୁମାନ 

   ଅଥବା ଲକ୍ଷ୍ମଣ ପରି

ସେବକ କେବେ ହେଁ ହୋଇ କି ପାରିବୁ

   ଧରିକି ପୀରତି ଡୋରୀ?୭

କେବଳ ସ୍ବାର୍ଥରେ ଲୋକ ଦେଖାଣିଆ

   ଆଜି ଚାଲେ ପୂଜାର୍ଚ୍ଚନା

ଶ୍ରୀରାମ ନବମୀ ପାଳିକି ଖାଉଛୁ

   କ୍ଷୀରି ପୁରୀ ଆଉ ଛେନା।୮

ତୁମ ଲକ୍ଷ୍ଯ ଆଉ ଉଦ୍ଦେଶ୍ଯ ରହିତ

  ଆମେ ଏ ମର୍ତ୍ତ୍ଯର ଠାଣେ

ଧୀଟ ନୀଚ୍ଚ ହୋଇ ଯାହା ବି କରୁଛୁ

   କ୍ଷମା ଦେବ ନିଜ ଗୁଣେ।୯

ତୁମର ଦାନକୁ ଗ୍ରହଣ କରୁନୁ

   ତଥାପି କାହିଁକି ମନେ

ବାରମ୍ବାର ଆସ ମନ ଗହନକୁ

   ଯେମିତି ଯାଉଛୁ ଧ୍ଯାନେ।୧୦

     


Rate this content
Log in

Similar oriya poem from Abstract