Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rama chandra Pradhan

Abstract

4  

Rama chandra Pradhan

Abstract

ରାକ୍ଷୀ ବାନ୍ଧିଲି ରଖିବ ମାନ

ରାକ୍ଷୀ ବାନ୍ଧିଲି ରଖିବ ମାନ

1 min
387


ବରଷକେ ଥରେ ଆସିଛି ଏ ରାକ୍ଷୀ

   ଭାଇ ଭଉଣୀଙ୍କ ପାଇଁ  

ଭାଇର ହାତରେ ରାକ୍ଷୀ ବାନ୍ଧିବାକୁ 

   ଭଉଣୀଟି ଯାଏ ଧାଇଁ l


ଡୋରି ସିନା ଅଟେ ରେଶମୀ ସୁତାର 

    ସ୍ମୃତିଭରା ଏଇ ରାକ୍ଷୀ  

ଭାଇ ଭଉଣୀଙ୍କ ପବିତ୍ର ବନ୍ଧନ 

   ଯୁଗ ଯୁଗର ସେ ସାକ୍ଷୀ l


ରାଗ ଅଭିମାନ ସବୁକିଛି ଭୁଲି 

   ଭଉଣୀ ଅନାଇ ଥାଏ 

ଦୀପଟିଏ ଜାଳି ମଙ୍ଗଳ ମନାସେ 

  ବାନ୍ଧି ରାକ୍ଷୀ ସୁତାଟିଏ l


ଭଉଣୀଟି କହେ ରାକ୍ଷୀ ମୁଁ ବାନ୍ଧିଲି 

   ଭାଇ ହେ ତୁମରି ହାତେ 

ଯେତେ ବାଧା ଆସୁ ରଖିବ ମୋ ମାନ

    କଥା ଦିଅ ଭାଇ ମୋତେ l


ଦିଅ ନାହିଁ ପଛେ ଟଙ୍କା ସୁନା ମୋତେ 

    କରିବିନି ମନ ଉଣା  

ସ୍ନେହ ଟିକେ ଦେଇ ଆପଣାଇ ନେଲେ 

  ସେ ହେବ ରାକ୍ଷୀ ପାଉଣା l


ରାକ୍ଷୀ ଛୁଇଁ ଭାଇ ଶପଥ କର ହେ 

  ବିପଦରେ ହେବ ଠିଆ 

ଭାଇ ପାଇଁ ଭଗ୍ନୀ କେତେଯେ ଜରୁରୀ

   ଦେଖୁ ଏ ସାରା ଦୁନିଆ l


Rate this content
Log in