Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ରାଜନୀତି ପାଣିପାଗ

ରାଜନୀତି ପାଣିପାଗ

1 min
13K


ଓଡିଶାରେ ଭାଇ ବିଜେଡି ବିଜେପି କଙ୍ଗ୍ରେସ୍ କରନ୍ତି ଖେଳ

ଜନତା ବାପୁଡା ଚାଷୀ ପୁଅ ପାଇଁ ପାଲଟୁଛି ଯାହା କାଳ ।

ବିଜେଡି କହୁଛି ସହାୟକ ମୂଲ୍ୟ ଧାନର ବଢାଉ କେନ୍ଦ୍ର

ବିଜେପି କହୁଛି ରାଜ୍ୟ ସରକାର ବୋନସରେ କିଆଁ ମାର !

କଙ୍ଗ୍ରେସ୍ ବିରୋଧୀ ଦଳରେ ବସିକି ଖୋଜୁଛି ଗୋଟେ ମଉକା

ୟାଙ୍କ ଦୁହିଙ୍କର କଳି ମଝିଟାରେ ମାରିବ ଚଉକା ଛକା ।

ବିଜେଡି ଦେଖୁଛି ରଙ୍ଗୀନ ସପନ ପଂଚମ ପାଳିର ଗଦି

ବିଜେପି ଭାଭୁଛି ନବୀନକୁ କେବେ ଧରିବ ଜର କି ଶର୍ଦ୍ଦି ।

ପିଆଜ ଟମାଟୋ ଦର ବଢିବଢି ଆକାଶକୁ କରେ ଗତି

ସରକାର କହେ ଜନତାର ଆମେ କରୁଛୁ କେତେ ପ୍ରଗତି ।

ବଢି ମରୁଡି ବା ଚକଡା ପୋକଟି ବିରୋଧୀଙ୍କ ପାଇଁ ଅସ୍ତ୍ର

ମାଗନ୍ତି ଚାଷୀଙ୍କ କ୍ଷତିର ଭରଣା ଦିଅ ତାଙ୍କୁ ଅନ୍ନ ବସ୍ତ୍ର ।

ଚାଷୀ ବନ୍ଧୁ ହୋଇ ଭୋଟ କିଣିଲେ ଗଢିବେ ସେ ସରକାର

ଗଦି ମିଳିଗଲେ କିଏ ମଲେ ଗଲେ କି ବୁଝିବା ଦରକାର !

ଥୋକାଏ ଅଛନ୍ତି ଆସନ୍ତା ପାଳିକୁ ମୁଖିଆର ଦାବିଦାର

ମୂଳରୁ ପଛକେ ମାଇପ ନ ଥାଉ ବାପ ହେବେ ଗୋପାଳର ।

କେନ୍ଦ୍ର ରାଜ୍ୟର ଲଢାଇ ଭିତରେ ପେଶି ହୁଏ ଜନତା

କାହାକୁ ଆଉ ବା ବିଶ୍ୱାସ କରିବ ଭଲ ଅଛି କେଉଁ ନେତା ?

ଯୁବ ଛାତ୍ର ବଳେ ଭ୍ରଷ୍ଟ କରୁଛି ଚିକେନ୍ ବୋତଲ ପାଣି

ନୋଟ୍ ଦେଇ ଯେ ଭୋଟ୍ କିଣିବ ଲୁଟିବ ସେ ଗଣି ଗଣି ।

କରୁଛି ଆହ୍ୱାନ ବୟକଟ୍ କର ଭାଉ ଖାଇବା ନେତାଙ୍କୁ

ସେବକ ଆମର ପ୍ରଭୁ ସେ ନୁହନ୍ତି ଡର କାହିଁ ପାଇଁ ତାଙ୍କୁ ?

ଘରେ ପଶି ଯିଏ ଭୋଟ ମାଗୁଛି ପାଂଚ ବରଷକୁ ଥରେ

ଏକା ମାଘକରେ ଶୀତ ସରେନି ଯେ ଆସିବସେ ଆଉ ଥରେ ।

          ବିଶ୍ୱେଶ୍ୱର ମାଝୀ


Rate this content
Log in