Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pt. Nityananda Khamari

Inspirational

4  

Pt. Nityananda Khamari

Inspirational

ରାଈ ଦାମୋଦର

ରାଈ ଦାମୋଦର

1 min
400



ରାଈ ଦାମୋଦର  ଗୋପ ବାଳାଙ୍କର

     ଜୀବନର ପ୍ରାଣଧନ

ମଧୁର ମିଳନ     ଭକ୍ତ ଭଗବାନ

    ଯଶୋଦା ଜୀବ ଜୀବନ l


ସକଳ ହୃଦୟ     ଦର୍ଶନ କରନ୍ତି

    ରାଈ ଦାମୋଦର ବେଶ

ସ୍ବର୍ଗର ଦେବତା    ସମତୁଳ ନୁହଁ

    ମର୍ତ୍ତ୍ୟ ବୈକୁଣ୍ଠେ ବାସ l


ଭକ୍ର ଭାବଗ୍ରାହୀ    ରାଈ ସାଥେ ରହି

     ଗୋପପୁରେ ରଚି ଲୀଳା

ଗୋପୀ ଗୋପାଳଙ୍କ  ମହା ମିଳନରେ

      ପ୍ରଭୁ ରଚି ମହାମେଳା l


ରଙ୍ଗା ଅଧରରେ   ଶୋଭା ପାଉଅଛି

      ମୋହନ ମୁରଲୀ ପରା

ରାଈ ପ୍ରାଣ ପ୍ରିୟ    ଦାମୋଦର ଆଜି

     ପ୍ରେମ ଫାଶେ ହେଲେ ଧାରା l


ଲକ୍ଷ୍ମୀ ନାରାୟଣ   ଅବତାର ନେଇଁ

    ଉଦ୍ଧାରୀ ପାପର ଭାରା

ପ୍ରଭୁଙ୍କ ଦୟାରେ   ଉଦ୍ଧାର ପାଆନ୍ତି

     ଉଲ୍ଲସିତ ହୋଇ ଧରା l


ଯୁଗଳ ମୂରତି    ଦର୍ଶନରେ ମୁକ୍ତି

    ଜୀବ ଲଭେ ଶ୍ରେଷ୍ଠ ପଦ

ତାଙ୍କର ଦୟାରେ  ଟଳଇ ସର୍ବଦା

    ବଡ଼ରୁ ବଡ଼ ବିପଦ l


Rate this content
Log in

Similar oriya poem from Inspirational