STORYMIRROR

Satyanarayan Sahoo

Inspirational

3  

Satyanarayan Sahoo

Inspirational

ପୂଣ୍ୟ କର୍ମ

ପୂଣ୍ୟ କର୍ମ

1 min
137


ଯେତେ ସବୁ ପୂଣ୍ୟ କର୍ମ କାର୍ତ୍ତିକ ମାସରେ

ପାଳନ କରନ୍ତି ଜନେ ମନ ସନ୍ତୋଷରେ ।


ଭକତ ଜୀବନ ଯାତ୍ରା ସଦା ପୂଣ୍ୟ କର୍ମ 

କରି ରତ ଥାଏ ଚିର ଅରଜନେ ଧର୍ମ ।


ଭାରତୀୟ ଧର୍ମ ଗ୍ରନ୍ଥ ସଂସ୍କୃତି ଚେତନା

 ସ୍ପନ୍ଦନ ଆହ୍ୱାନ ତୋଳେ ଦିବ୍ୟ ଉପାସନା ।


ବିଧି ଅନୁଯାୟୀ ପାଳି ବ୍ରତ ଉପବାସ

ପୂଣ୍ୟ କର୍ମ କାର୍ତ୍ତିକ ରେ ହୁଏ ଅନୁଷ୍ଠିତ ।


ଦେବା ଦେବୀ ବନ୍ଦନା ଓ ନାମ ସଙ୍କୀର୍ତ୍ତନ

ଚୈତନ୍ୟ ଦେବ ଯେ କରି ଛନ୍ତି ପ୍ରବର୍ତ୍ତନ ।


ଅଷ୍ଟପ୍ରହରୀରେ ନାମ ସଙ୍କୀର୍ତ୍ତନ କରି

ପୂଣ୍ୟ ଉପର୍ଜନେ ଜନେ ଆନନ୍ଦେ ବିହରି ।


>ଉଚ୍ଛୁଳି ଉଠନ୍ତି ଭକ୍ତି ଭାବ ଗଦଗଦେ

ରାଇ ଦାମୋଦର ବେଶ ପୂଜିଲେ ଯେ ଦେବେ ।


ସୁପ୍ରଶସ୍ନ ହୋନ୍ତି ପୂଣ୍ୟ ଅର୍ଜନ ଅଶେଷ

ପୂଣ୍ୟ ଅର୍ଜନ ରେ କାର୍ତ୍ତିକ ହିଁ ଶ୍ରେଷ୍ଠ ମାସ ।


ଦୀପାବଳୀ ପର୍ବ କାଳୀ ପୂଜା ଜଗର୍ଦ୍ଧ।ତ୍ରୀ

ପୂଜା ପର୍ବ ହୋମ ଯଜ୍ଞ ଆୟୋଜନ କରି ।


ଉପାସନା କରାଯାଏ ଏହି କାର୍ତ୍ତିକରେ 

ପଞ୍ଚୁକ  ବ୍ରତ ପାଳନ କରନ୍ତି ସକଳେ ।


ଚକୁଳିଆ ପଣ୍ଡା ମାନେ ବୁଲି ଗୀତ ଗାଇ

ଦାନ ଆଦାୟ କରନ୍ତି ବୁଲି ଗାଆଁ ସାଇ ।


କାର୍ତ୍ତିକ ମାସରେ ଭାଗବତ ପାରାୟଣ

ପୂଣ୍ୟ କର୍ମ ଅଟେ ହୁଏ ଧର୍ମ ଉପାର୍ଜନ ।



Rate this content
Log in

Similar oriya poem from Inspirational