ପୁରାଣ
ପୁରାଣ
ପୁରାଣ ହେଉଛି ପୁରୁଣା ଶିକ୍ଷାଗାଥାର
ଏକ ସାକ୍ଷୀ ସମନ୍ୱୟ ଗ୍ରନ୍ଥ
ହୃଦୟର ସହ ପଢି ଶିଖିଗଲେ
ଅସାଧୁ ଵି ହୁଏ ସନ୍ଥ |
ପୁରାଣରେ ଅଛି ଦେବୀଦେବତାଙ୍କ
ଚଳନୀୟ ଉପାଖ୍ୟାନ ବର୍ଣ୍ଣନ
ବୁଝି ପାରିଲେ ପାଠକ
ସୁଖମୟରେ କଟେ ତା ଜୀବନ |
ରହିଛି ତା ସାଥେ ସୁଖ ଦୁଃଖ ଭରା
ମାୟାବନ୍ଧନର କାହାଣୀ
କେଉଁ କର୍ମବଳେ କି ଫଳ
ମିଳଇ ହୁଏ ଜାଣି |
ପୁରାଣ ରଚିତ ପ୍ରଭୁଙ୍କର
ଭିନ୍ନ ଅବତାର ରୂପ ରଚନା
ପଢି ତାକୁ ଯେ ବୁଝିପାରେ
ମାୟାନାଟକ ଏ ଜୀବନ ସିନା |
ପୌରାଣିକ ଗାଏ ସତ୍ୟ ଓ ଧର୍ମର
ସୁନିଶ୍ଚିତ ଜୟଗାଥା
ସତ୍ୟ ଦ୍ୱାପର ତ୍ରେତୟା କଳି
ଚାରିଯୁଗର ମହାନତା |
ସତ୍ୟରେ ହରି ହିରଣ୍ୟକୁ ଦେଇଥିଲେ ବିଦାରି
ଭକ୍ତ ପ୍ରହଲ୍ଲାଦ ମାନ ରକ୍ଷାକରି
ଖମ୍ବୁ ବାହାରି ନୃସିଂହ ଅବତରି |
ତ୍ରେତୟା ଯୁଗରେ ରାମ ଅବତାରେ
ବନବାସ ଗଲେ ସତ୍ୟ ରକ୍ଷାକରି
ବଳିବଧ ସହ ରାବଣ ବଧିଲେ
ଅସୁର ବଂଶ ନାଶ କରି |
କୃଷ୍ଣ ଅବତାରେ କଂସକୁ ମାରିଲେ
ମାତୃ ରକ୍ଷା କଲେ
ନାରୀ ମାନ ପାଇଁ ମହାଭାରତର
ପୁରାଣ ସ୍ଥାପିଲେ |
ଏମିତି ହିଁ ଧରି
ମୀନ କଚ୍ଛପ ବରାହ ରୂପ
ପର୍ଶୁରାମ ବଳରାମ ବୁଦ୍ଧ
ଶେଷରେ ଶ୍ରୀ ଜଗନ୍ନାଥ |
ଆଜି ମହାପ୍ରଭୁ ଜଗତ ବିଖ୍ୟାତ
ଓଡ଼ିଶାରେ ରୂପ ଶ୍ରୀ ଜଗନ୍ନାଥ
କଳକୀ ଅବତାର ଦୁର୍ନୀତି ସଂହାର
କରି ଚଳିବେ ସତ୍ୟର ପଥ |
ଏମିତି ହିଁ ବହୁ ସୁକର୍ମ ଦୁଷ୍କର୍ମ
ପୁରାଣ ଫଳ
ବୁଝିପାରି ଯେହୁ ସୁଧୁରି ଜୀବନେ ହୁଏ
ମଙ୍ଗଳ ଜୀବନ ତାର |
ତେଣୁ ହେ ପାଠକେ ପୁରାଣକୁ କେବେ
କରନାହିଁ ତୁମେ ଅବମାନନା
ଚଳଣି ଆମର ପୁରାଣ ଆଧାରେ
ସୁଧୁରେ ସିନା |