ପୁରାଣ
ପୁରାଣ
ଅନେକ ପୁରାଣ କେ କଳି ପାରିବ
ସଂସ୍କୃତ ଭାଷାରେ ଲେଖା
ସମାଜ ସଂସ୍କୃତି ଆଉ ରୀତି ନୀତି
ପାଇଁ କି ପବିତ୍ର ଶିକ୍ଷା ।
ଦିଏ ସେ ସକଳ ଧର୍ମ ଯାର ମୂଳ
ଦେବା ଦେବୀଙ୍କ ମହିମା
ସହିତରେ ପାପ ପୂଣ୍ୟର ବର୍ଣନା
ପୁରାଣେ ରହିଛି ନାନା ।
ପୁରାଣର ଶ୍ଳୋକ କରଇ ପବିତ୍ର
ପଠନରେ ପାପ ଦୂର
ବିଧି ବ୍ୟବସ୍ଥାର ଅଜସ୍ର ଭଣ୍ଡ।ର
ପୁରାଣରେ ଭର ପୁର ।
ନାନା ନୀତି ବାଣୀ ନୀତି ଶିକ୍ଷା ପୁଣି
ବହୁ ତଥ୍ୟ ଉପଦେଶ
ଧରି ଜୀବନରେ ବିପୁଳ ଭାବରେ
ସଞ୍ଚ।ରେ ଦିବ୍ୟ ଆଦର୍ଶ ।
ପଦ୍ମ ପୁରାଣ ଯେ ଅଗ୍ନି ପୁରାଣ ଓ
ବାୟୁ ବ୍ରହ୍ମ କୂର୍ମ ସ୍କନ୍ଦ
ସହିତ ବହୁତ ପ୍ରକର ପୁରାଣ
ଗ୍ରନ୍ଥ ଅଟେ ସୁପ୍ରସିଦ୍ଧ ।
ବରାହ ପୁରାଣ ନୃସିଂହ ପୁରାଣ
ପଠନେ ଜ।ଗେ ଆନନ୍ଦ
ଜୀବନ ହୁଅଇ ସଫଳ ଯା' ଯୋଗେ
ଜଣାଏ ଯେ ଭଲ ମନ୍ଦ ।
ଦୋଷ ଗୁଣ ଆଉ ଆଚାର ସହିତ
ଉନ୍ନତ ଜୀବନ ପ୍ରତି
ସବୁବେଳେ ଆମ ସଂସ୍କୃତି ଚେତନା
ଜାଗ୍ରତ କରେ ପ୍ରବୃତ୍ତି ।
ପ୍ରବୃତ୍ତି
ନିବୃତ୍ତି ବୈରାଗ୍ୟର ସୃଷ୍ଟି
ହୋଇଥାଏ ଯାହା ଯୋଗୁଁ
ବଢେ ଜନ ମନେ ଭକ୍ତିର ପ୍ର।ବଲ୍ୟ
କରେ ଦିବ୍ୟ କର୍ମ ସବୁ ।
ମହାପୁରାଣର ମହିମା ଅପାର
ତା' ପରେ ଉପ ପୁରାଣ
ବ୍ରହ୍ମ ବଇବର୍ତ୍ତ ବିଷ୍ଣୁ ପୁରାଣ ଓ
ଗରୁଡ଼ ପୁରାଣ ଜ।ଣ ।
ଶିବ ପୁରାଣ ଯେ ଭବିଷ୍ୟ ପୁରାଣ
ମନୁ ପରାଶର ପୁଣ
ଲିଙ୍ଗ ପୁରାଣ ଯେ ନାରଦ ପୁରାଣ
ବାୟୁ ପୁରାଣ ବାମନ ।
ସହିତରେ ମସ୍ୟ କଛପ ପୁରାଣ
ବ୍ରହ୍ମାଣ୍ଡ ପୁରାଣ ବହୁ
ବିଷୟ ଉପରେ ବିଶଦ ଭାବରେ
ବ୍ୟାଖ୍ୟାନ ପୁରାଣ କହୁ ।
ସୃଷ୍ଟିର ରହସ୍ୟ ଜାଣିବାକୁ ମିଳେ
ପୁରାଣ ଶାସ୍ତ୍ର ପଢ଼ିଲେ
ରହସ୍ୟ ରୋମାଞ୍ଚ ସୃଷ୍ଟି ଚିତ୍ର କଳ୍ପ
ଆଉ କଳା ଚ।ତୁରୀରେ ।
ପ୍ରତି ପୃଷ୍ଠା ଯାର ଦର୍ଶନ ବିଜ୍ଞାନ
ଭିତ୍ତିକ ସାହିତ୍ୟ ଭାବ
ବହନ କରଇ ମନ ନିଏ ମୋହି
ପୁରାଣ କଳା ପାଟବ ।
କେତେ ଯେ ପୁରାଣ କେ କଳି ପାରିବ ?
ଏ କଳି କାଳେ ମଣିଷ
ଶିକ୍ଷଣ ନିମନ୍ତେ ଯହିଁ ଭର ପୁର
ନାନା ତଥ୍ୟ ଉପଦେଶ ।