STORYMIRROR

Jyostna mishra

Inspirational

4.0  

Jyostna mishra

Inspirational

ପୁରାଣ

ପୁରାଣ

1 min
161



ପୁରୁଣା କୃତି ଭାଗବତ

ସାହିତ୍ୟ ଏହା ବ୍ୟାସ କୃତ ।

ଧର୍ମ ଜ୍ଞାନ କୁ କର୍ମ ଜ୍ଞାନ

ପୁଣି କର୍ତ୍ତବ୍ୟ ପାପ ପୂଣ୍ୟ ।

ବିଚାର ଆଉ ଭକ୍ତି ମନ

ପ୍ରେମ ଯେ -ହୁଏ ଜାଗରଣ ।

ଜ୍ଞାନ ଓ ଭକ୍ତି -ଜାତ ହୁଏ

ଭାଗବତ ର ସାର ଇଏ ।

ଆତ୍ମା ପବିତ୍ର ହୋଇଯାଏ

ଅମୃତ କଥା ଶୁଣେ ଯିଏ ।

ପ୍ରଥମଟି ନୈମଷ୍ୟାରଣ୍ୟ

ମୁନିଙ୍କ ସମାବେଶ ଯଜ୍ଞ ।

ଦ୍ବିତୀୟ ସ୍କନ୍ଧେ ପୁରାଣର

ଲକ୍ଷଣ ଗୁରୁତ୍ୱ ଅପାର ।

ତୃତୀୟେ ବିଦୁର ଚରିତ

ସୃଷ୍ଟି ତତ୍ତ୍ୱ ଯେ କହେ ସତ।

ଚତୁର୍ଥେ ଦକ୍ଷଯଜ୍ଞ ଅଛି

ଧ୍ରୁବ ଚରିତ୍ର ସାଥେ ଅଛି ।

ପ୍ରିୟବ୍ରତର ବଂଶାବଳୀ

ପଞ୍ଚମ ସ୍କନ୍ଧ ଅଛି ଚଳି ।

ଷଷ୍ଠ ରେ ମହିମା ନାମର

ସପ୍ତମେ ଅଛି ସଦାଚାର ।

ଅଷ୍ଟମେ ସମୁଦ୍ର ମନ୍ଥନ,

ହେଲାଯେ ଅମୃତ ଭକ୍ଷଣ।

ନବମ ସ୍କନ୍ଧ ସୂର୍ଯ୍ୟବଂଶ

ସୋମବଂଶକୁ ଯଦୁବଂଶ

ଦଶମ ସ୍କନ୍ଧ କର ଲୟ

ଭାଗବତର ଏ ହୃଦୟ ।

ଏହି ଟି ଅଟେ ବୃହତ୍ତମ

ଗୋପଲୀଳାକୁ କୃଷ୍ଣ ଜନ୍ମ ।

ଦ୍ବାରୀକା ଲୀଳା ଯେ ବର୍ଣ୍ଣିତ ,

ଏହା କହୁଛି ଭାଗବତ ।

ଏରକାର ବନଗମନ

ଏକାଦଶରେ ଯେ ବର୍ଣ୍ଣନ ।

ଯଦୁବଂଶଙ୍କ ଧ୍ବଂସ ଜାଣ

ଭକ୍ତି ମୋକ୍ଷର ଅଟେ ଜ୍ଞାନ ।

ଦ୍ବାଦଶେ ଅଛି ପରୀକ୍ଷିତ

କେମିତି ହେଲେ ମୋକ୍ଷପ୍ରାପ୍ତ।

ଭବିଷ୍ୟତ ବର୍ଣ୍ଣନା ହୁଏ,

ପୂର୍ବ ସୂଚିତ ଜାଣି ହୁଏ ।

ତ୍ରୟୋଦେଶେ ମନୁଷ୍ୟକଥା,

କୃତ କର୍ମ -ଫଳ ବ୍ୟବସ୍ଥା ।

ଓଡ଼ିଆ ପୁରାଣ ଏ ଗ୍ରନ୍ଥ

ଅମୂଲ୍ୟ ଅଟେ ଭାଗବତ ।।


Rate this content
Log in

Similar oriya poem from Inspirational