Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Others

3  

Ajit Kumar Raut

Others

ପୁରାଣ

ପୁରାଣ

1 min
207



ଅଠର ପୁରାଣ ହିନ୍ଦୁ ଶାସ୍ତ୍ର ଗ୍ରନ୍ଥେ 

ପ୍ରାଚୀନ କାଳରୁ ରାଷ୍ଟ୍ରେ

ଦେବୀ ଓ ଦେବତା ବର୍ଣ୍ଣିତ ତହିଁରେ

ସନାତନ ଧର୍ମ ରାଷ୍ଟ୍ରେ।


ପୁରାଣ ସଂସ୍କୃତି ପୁରୁଣା ପୁରାଣ 

ଆଦି କାଳୁ ଭାରତରେ

ଆଦରେ ଗ୍ରହଣ ଅନ୍ୟ ରାଷ୍ଟ୍ରଙ୍କରେ

ଗୁଞ୍ଜେ ଗୌରବ ରାଷ୍ଟ୍ରରେ।


ଅଷ୍ଟାଦଶ ଯହିଁ ପୁରାଣ ଆମର 

ତାହା ଅଟେ ଏହୁ ପରି 

ବ୍ରହ୍ମା ବିଷ୍ଣୁ ଶିବ ପୁରାଣ ବର୍ଣ୍ଣିତ

ପଦ୍ମ ପୁରାଣର ପରି।


ଭାଗବତ ତହିଁ ନାରଦ ପୁରାଣ 

ମାର୍କଣ୍ଡେୟ କଟେଟି ଯହିଁ 

ଅଗ୍ନି ପୁରାଣ ଭବିଷ୍ୟ ପୁରାଣ

ଲିଙ୍ଗ ପୂରଣଟି ତହିଁ।


ବ୍ରହ୍ମବୈବର୍ତ୍ତଟି ଗରୁଡ଼ ପୁରାଣ 

ଵ୍ରାହ୍ମଣ ପରା ପୁରାଣ

ମତ୍ସ ପୁରାଣ କୁର୍ମ ପୁରାଣଟି

ବାମନ ସ୍କନ୍ଧ ପୁରାଣ।


ବରାହ ପୁରାଣ ପୁରାଣେ ଜଡ଼ିତ 

ହିନ୍ଦୁଙ୍କର ହେ ପୁରାଣ 

ଦିଏ ଶିକ୍ଷା ଏହୁ ସମସ୍ତ ବିଶ୍ୱକୁ

ସବୁତ ହିନ୍ଦୁ ପୁରାଣ।


ହିନ୍ଦୁ ଧର୍ମ ଶାସ୍ତ୍ର ଅଟେଟି ପୁରାଣ 

ଜ୍ଞାନର ସାଗର ଏଠି 

କର୍ତ୍ତବ୍ୟର ଶିକ୍ଷା ଦେଏ ଟି ବିଶ୍ୱକୁ

ମନ୍ତ୍ର ଅହିଂସାଟି ଏଠି।


ଜଗତ ଠାକୁର ଆବିର୍ଭାବ ଏଠି 

ଗୁଞ୍ଜୁ ଅଛି କୃଷ୍ଣ ରାମ 

ଦାରୁବ୍ରହ୍ମ ପରା ପୂଜନ ଏଠାରେ

ଅଟେଟି ପବିତ୍ର ଧାମ।


ପୁରୁଣା ସଂସ୍କୃତି ପୁରାଣ ସଂସ୍କୃତି 

ଜଡ଼ିତଟି ଧରା ଧାମେ

ସତ୍ୟ ଅହିଂସାର ଭାବର ଗୁଞ୍ଜନ

ତ୍ୟାଗ କର୍ମ ଜ୍ଞାନ ଧାମେ।


ବିଷ୍ଣୁ ପୁରାଣଟି ପଠନ ଗୃହରେ 

ଭାଗବତ ପାଠ ଏଠି 

ଗରୁଡ଼ ପୁରାଣ ପଠନ ଗୃହହେ

ପୁରାଣ ଶିବଙ୍କ ଏଠି।


ବ୍ରହ୍ମା ପୁରାଣଟି ଭକ୍ତିରେ ପଠନ 

ପବିତ୍ର ଭାରତବର୍ଷେ 

ଅଷ୍ଟାଦଶ ଯହିଁ ପୁରାଣ ଭାଇରେ

ପଢନ୍ତି ଭାଇହେ ଦେଶେ।


ହିନ୍ଦୁ ରାଷ୍ଟ୍ର ଏହୁ ଜଗା ଜଗା ରାବ 

ଗୁଞ୍ଜୁ ଥାଏ ଅହର୍ନିଶି

କୃଷ୍ଣ ରାମ ନାମ ଜପମାଳି ଏଠି

ଭକ୍ତି ପ୍ରେମ ଅହର୍ନିଶି।




Rate this content
Log in