Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sudhakar sethi

Classics

3  

sudhakar sethi

Classics

ପୁଣି ରଖିଲୁ ମହତ

ପୁଣି ରଖିଲୁ ମହତ

1 min
180



ଭକତର ମନ କଥା

 ଉଠିଛି ଯେବେ

ଜଗା ଦେଇଛୁ ଦେଉଳ ଛାଡି

କାଞ୍ଚି ଅଭିଯାନ ଅବା

 ବଳିଆ ଦାସ ରଥ

କେମିତି ପାରିବି ଭୂଲି 

ଧନ୍ୟ ଧନ୍ୟ ତୋର 

ଲୀଳା ଖେଳା

ଜଗା ଧନ୍ୟ ତୋର....


ଅମ୍ବଟାକୁଆ ମିଳେ ତୋର

ରତନ ପଲଙ୍କେ

ହାତ ପତେଇ ନେଉ ନଡିଆ

ଧନ୍ୟ ଧନ୍ୟ ତୋର 

ଲୀଳା ଖେଳା

ଜଗା ଧନ୍ୟ ତୋର.....


ପରୀକ୍ଷା ନେଉ 

 ଭକତ କୁ ଯେବେ

ତା ଭାବରେ

 ଦେଉ ତୁ ଧରା

ଧନ୍ୟ ଧନ୍ୟ ତୋର

 ଲୀଳା ଖେଳା

ଜଗା ଧନ୍ୟ ତୋର....


ଭାବ ବିନୋଦିଆ 

ଅଭାବକୁ ଦୁର

ତୋର ମହିମା କିଏ ବୁଝିବ

ଜଗା ତୋ ମହିମା.....

ଜଗତ କରତା ଜଗତ ଇଶ୍ବର 

ସକଳ ତୁଣ୍ଡରେ ଗୋଟିଏ ନାମ

ଜଗା ତୋ ମହିମା.....


ତତେ କେଉଁ କଥା ଅଜଣା ଅଛପା

ତୁଛାଟାରେ ଏତେ ନାଟ 

ବଡ ଛଳିଆ ନିଳାଚଳିଆ ରେ

ତୋ ବିନା ହଲେନା ପତ୍ର 

ତୁ ମୋ ନାଟୁଆ ସାଆନ୍ତ

ତୋ ବିନା ହଲେ ..


ମାୟାର ସାଗର ମାୟଧର ମାୟା 

କିଏ ବା କହ ଜାଣିବ 

ସକଳ ଦେବକୁ ଦୁର୍ଲଭ

ଛାର ମାନବ କିବା ଵୁଝିବ 

ତୋ ମାୟା କିଏ ଜାଣିବ

ଜଗା କେମିତି କହ ବୁଝିବ


Rate this content
Log in

Similar oriya poem from Classics