Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhu Mita

Romance Inspirational

4  

Madhu Mita

Romance Inspirational

ପୁନଃ ପ୍ରେମ

ପୁନଃ ପ୍ରେମ

1 min
401


ଆଉଥରେ ଆସ ସେଇ ଠାଣି ନେଇ

ନାଚି ଉଠୁ ତନ ମନ

ଆଉଥରେ କୁଞ୍ଜ ସଜା ହୋଇଯାଉ

ବାଜି ଉଠୁ ବଂଶୀ ତାନ ।


ଆଉଥରେ ଶୁଭୁ ପାଉଁଜି ଶବଦ

ହୃଦ ବ୍ରଜରେ ପୁଣ୍ୟ ବାଲି

ଆଉଥରେ କୁଳ ଲଂଘି ଉଠୁ ପୁଣି

ଯମୁନାର ଜଳ ଉଛୁଳି ।


ଆଉଥରେ ଆଖି ଦେଖୁ ସେ ସପନ

ମିଳନର ରାସ ଖେଳ

ଆଉଥରେ ଦେହେ ଭରି ଯାଉ ତାତି

କାହ୍ନା ନାମେ ସଜୁ କଜଳ ।


ଆଉଥରେ ପୁଣି ଉଡୁ ସେଇ କାନି

ପୋଛି ଚାଲେ ନିତି ଲୋତକ

ଆଉଥରେ ରଙ୍ଗ ଭରିଯାଉ ପ୍ରଭୁ

ଅଙ୍ଗେ ଆଣି ଶତ ପୁଲକ ।


ଆଉଥରେ ନିଅ କୋଳେଇ ବାହୁରେ

ଅଧୀର ମନ ଆଜି ଝୁରେ

ଆଉଥରେ ରାଈ ସାଜିବାକୁ ସତେ

ଉଚ୍ଛନ୍ନ ହୁଏ ମୁଁ କାହ୍ନୁରେ ।


ଆଉଥରେ ଲୋଟି ତୁମରି ଛାତିରେ

ନିଜକୁ କରିବି ଧନ୍ୟ

ଆଉଥରେ ଏକ ହୋଇ ତୁମ ସହ

ଅଧୁରା ପ୍ରେମ ହେଉ ପୂର୍ଣ୍ଣ ।



Rate this content
Log in

Similar oriya poem from Romance