ପୁନେଇଁ ଜହ୍ନ
ପୁନେଇଁ ଜହ୍ନ
ମୁଁ ଯେ ଭାବି ଥିଲି ତୁମକୁ
ପୁନେଇଁ ରାତିର ଜହ୍ନ
ଯାଇଥିଲି ତୁମ ରାଇଜକୁ
ତୁମ ସାଥେ କରିବାକୁ ଘର ସଂସାର।।
ଦୂରେ ମୋତେ ଲାଗୁଥଗଲା ତୁମକୁ ଦେଖି
ଶୀତଳ ତୁମେ ପୁନେଇଁ ରାତିର ଜହ୍ନ ପରି
ହେଲେ ପାଖକୁ ଯାଇ ଜାଣିଲି
ତୁମେ ତ ଉତ୍ତପ୍ତ ଉଲକାପିଣ୍ଡ ପରି।।
ଦୂରରୁ ତୁମେ ଲାଗୁଥିଲ ପୁନେଇଁ ଜହ୍ନ ପରି
ହେଲେ ମୁଁ ଜାଣି ପାରିଲି ନାହିଁ
ତୁମର ଏ ଉଜ୍ଜ୍ୱଳ, ଉଦ୍ଧାର ଆଉ କହାର
ତୁମେ କରିଛ ଏ ରାଇଜ ମିଛର।।
ବାହାରକୁ ସିନା ତୁମେ ପୁନେଇଁ ଜହ୍ନ
ହେଲେ ତୁମ ରାଇଜ ତ ରାତି ଅମାବାସ୍ୟାର
ତୁମ ଭିତରେ କେତେ ଯେ ଦାଗ
ଜହ୍ନ ପରି ଲୁଚାଇ ରଖିଛ
ମିଛ ପ୍ରତିଶ୍ରୁତି ଦେଇ କଲ ମୋତେ ନିଜର
ତୁମ ଅନ୍ଧକାର ରାଇଜରେ କଲ ମୋତେ ବନ୍ଧନ।।
ଆଜି ମୋ ମନେ ଉଠୁଛି ଅନେକ ପ୍ରଶ୍ନ
କଣ ପାଇଁ ତୁମେ ମୋ ଜୀବନକୁ ଆସିଲ
ସାଜି କିଛି ଦିନର ପୁନେଇ ଜହ୍ନ
କୁହ ମୋତେ ତୁମେ ଛଳନା କରି ପାଇଲ କଣ???
ମୁଁ ତ ଚାହିଁଥିଲି ଏମିତି ଜଣେ ସାଥୀ
ଯିଏ ମୋତେ କରୁଥିବ ପ୍ରେମ ନିତି
ପୁନେଇଁ ଜହ୍ନ ନ ହୋଇ ଥିଲେ ବି
ସେ ଚାଲୁଥିବ ମୋ ହାତ ଧରି ନିତି
ନ ଥିବ ଆମ ଭିତରେ ଛଳନା ଯେମିତି।।
କଣ ପାଇଁ ଆସିଲ ମୋ ଜୀବନରେ ପୁନେଇ ଜହ୍ନର ସାଥୀ ହୋଇ
ଯଦି ଅଧା ରାସ୍ତାରେ ଦେବାକୁ ଥିଲା ମୋତେ ଛାଡି
କିଆଁ ଦେଲ ମିଛ ପ୍ରତିଶ୍ରୁତି
କୁହ ତୁମେ ମୋର ଏ ପ୍ରଶ୍ନୋତ୍ତର ପାରିବ କି ଦେଇ!!!
ଧକା ଦେଇ ମୋତେ କ, ବର୍ବାଦ
ତଥାପି ମୁଁ କରୁଛି ଏ ଜୀବନ ବ୍ରତ
ହେଲେ ଏତିକି ତୁମକୁ କରୁଛି ଅନୁରୋଧ
ହୋଇ ଆଉ କାହା ଜୀବନର ପୁନେଇଁ ଜହ୍ନ
କରିବ ନାହିଁ ତା ସହ ମିଛ ପ୍ରେମର ଖେଳ।।