Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prahallad Sahoo

Inspirational

4.0  

Prahallad Sahoo

Inspirational

ପତ୍ରେ ପତ୍ରେ ଖୁସି

ପତ୍ରେ ପତ୍ରେ ଖୁସି

1 min
112


ଭୁଲିଯାଅନାହିଁ ଗାଆଁ ମାଟି ଗାଆଁର ପ୍ରାକୃତିକ ଶୋଭା ରାଶି 

ଯେତେ ଦୂରେ ଥାଅନା କାହିଁକି କେଉଁଠି ନମିଳେ ଗାଆଁ ଖୁସି 


ଆସ ଆମେ ସଭିଏଁ ବୃକ୍ଷ ରୋପଣ କରି ପ୍ରକୃତି ବଞ୍ଚେଇବା 

ବିଦେଶୀ ଔଷଧ ବର୍ଜନ କରି ଆୟୁର୍ବେଦିକ ଔଷଧ ଖାଇବା 


ଖାଉଥିଲେ ବାବୁ ପ୍ରତିଦିନ ତୁଳସୀ ପତର ଚୋବାଇ

କଫ ସଙ୍ଗେ ପିତ୍ତ ସର୍ଦ୍ଦି ଅବା କାଶ ଯିବ ଦୂରେଇ।


ଅଗଣାରୁ ଆଣି ଦୁବ ଘାସ ରସ ଟିକେ ରଖିଥିବ ଛାଣି

ନିଶାସକ୍ତକୁ ପିଆଇଲେ ସବୁ ନିଶା ଦୂରେ ଯିବ ଛାଡି।


ପୋଖରୀ ହୁଡାରୁ ଆଣିବ କାଉଁରିଆ ଶାଗ ତୋଳି

ଋତୁ ଦୋଷ ଦୂର ହେବ ଖାଇଲେ ଝିଅ ଆଚାର କରି।


ନିମ୍ବ ପତ୍ର ଠାରୁ ମହୌଷଧି ଆଉ ଏ ଦୁନିଆରେ ନାହିଁ 

ପ୍ରତ୍ୟହ ଖାଉଥିଲେ ଯାଦୁ କାଛୁ କୁଣ୍ଡିଆ ଯିବ ପଳେଇ।


ଡାଳିମ୍ବ ପତ୍ରର ରସ ଦୁଇ ଚାମଚ ପିଆଇ ଦେଖ ଥରେ

ପ୍ରବଳ ଝାଡା ହେଉଥିଲେ ସାହାଯ୍ଯ କରେ ରୋକିବାରେ


ଥାଲକୁଡ଼ିରସ ପିଇଲେ ପେଟ ରୋଗ ନାଶ କରେ 

ପେଟ ଯଦି ସଫା ଆଉ କି ରୋଗ ବିମାରୀ ଧରେ।



Rate this content
Log in

Similar oriya poem from Inspirational