Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Suresh chandra Padhy

Romance

3  

Suresh chandra Padhy

Romance

ପତି ପତ୍ନୀ

ପତି ପତ୍ନୀ

1 min
127



ପତି ପତ୍ନୀଙ୍କ ସମ୍ବନ୍ଧ ସାତ ଜନ୍ମ ପାଇଁ

ପତି ପତ୍ନୀକୁ ନିଜର କରେ ମଥାରେ ସିନ୍ଦୁର ଦେଇ

ପାଦରେ ଅଳତା ନାଇ ମୁଣ୍ଡେ ଓଢଣୀ ଦେଇ 

ଆସଇ ପତ୍ନୀ ପତିଙ୍କ ନିଜର ହୋଇ

ହାତେ ନାଲି ଚୁଡ଼ି ଗଳାରେ ମଙ୍ଗଳସୁତ୍ର ପତ୍ନୀ ପିନ୍ଧିଥାଏ

ପତି ସେବା କରି ସ୍ୱର୍ଗ ସୁଖ ସେ ଲଭୁ ଥାଏ

ପିତା ଘର ଛାଡି ପତି ପ୍ରେମ ପାଇବାକୁ ପତ୍ନୀ ଆସିଥାଏ

ପତ୍ନିର ସୁରକ୍ଷା କରିବା ଦାୟିତ୍ୱ ପତି ଉପରେ ରହିଥାଏ

ଉତ୍ତମ ବୁଝବଣା ପତି ପତ୍ନୀଙ୍କ ସମ୍ପର୍କକୁ ଯୋଡି ଦେଇଥାଏ

ପତନ ମୁଖରୁ ଉଦ୍ଧାର କରେ ଯେ ପତିକୁ ଶ୍ରେଷ୍ଠ ପତ୍ନୀ ସିଏ

ପତି ବିନା ନାହିଁ ଅନ୍ୟ ଗତି ପତ୍ନୀ ସଦା କହୁଥାଏ

ହାତର ଶଙ୍ଖା ମଥାର ସିନ୍ଦୁର ବଜ୍ର ହେଉ ପତ୍ନୀ ସଦା ମାଗୁ ଥାଏ

ପତି ବିନା ପତ୍ନୀ ଅନ୍ୟ କେଉଁଠି ମନ ନ ଲଗାଏ

ପତ୍ନୀର ବିଶ୍ୱାସ ରଖେ ଯେଉଁ ପତି ଉତ୍ତମ ପତି ସିଏ

ଶ୍ରଦ୍ଧା ବିଶ୍ୱାସରେ ପତି ପତ୍ନୀ ସମ୍ବନ୍ଧ 

ସବୁ ଦିନ ରହିଥାଏ

ପତି ପାଇଁ ପତ୍ନୀ ଅଧା ଅଙ୍ଗ ହୋଇ ଚିର ଦିନ ରହି ଥାଏ

ପତ୍ନୀ ବିନା ଧର୍ମ କାଯ୍ୟ ପତି କରି ପାରେ ନାହିଁ

ପତ୍ନୀ ବିନା ପତି ଜୀବନରେ କେବେ ସଫଳତା ମିଳେ ନାହିଁ

ଗୃହସ୍ଥ ଜୀବନ ପତି ପତ୍ନୀଙ୍କୁ ନେଇ

ଆନନ୍ଦରେ ଚାଲି ଥାଏ

ଅହ୍ୟ ସୁଲକ୍ଷଣୀ ହୋଇ ଜୁଇକୁ ଯିବାକୁ ପତ୍ନୀ ଚାହିଁ ରହିଥାଏ

ପତ୍ନୀ ସତୀ ଶିରୋମଣି ଯୁଗେ ଯୁଗେ ବୋଲାଏ

ପତ୍ନୀ ପାଇଁ ପତି ତା ପ୍ରାଣ ଜୀବନ ସଦା ସେ କହୁ ଥାଏ

ପତି ପତ୍ନୀଙ୍କ ଅତୁଟ ବନ୍ଧନ କେବେ ବିଛେଦ କରି ପାରେ ନାହିଁ

ପତି ପତ୍ନୀଙ୍କ ବିନା ସୃଷ୍ଟି ଆଗକୁ ବଢ଼ି ପାରେ ନାହିଁ ।



Rate this content
Log in