Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ପଥର

ପଥର

1 min
237


କାହିଁ ଥିଲା ଦିନେ ପାହାଡ ବୁକୁରେ

କେମିତି ଆସିଲା ଗଡି କେଜାଣି କାହିଁକି

କେଉଁ ନଦୀ ଗର୍ଭୁ କିଏ ସେ ଆଣିଲା କାଢି ?

ରଖୀଲା ପାଖରେ ଅତି ଜତନରେ

ସିନ୍ଦୂର ଚନଦନ ଦେଇ ।

ଧୂପ ଦୀପ ଦେଇ ଠାକୁର ସଜେଇ

ନିଇତି ମୁଣ୍ଡିଆ ମାରଇ ।

ସିଏତ ପଥର କିଦେବ ଉତର

ଅନେକ ରହନ୍ତି ଚାହିଁ ।

ଯେଦେବ ଉତର ରକ୍ତେ ମାଂସ ଗଢା

ତାକୁ ନପଚାରେଶ୍ରୀକେହି ।

ଚାଲିଛି କେବେଠୁ କେତେବା ଚାଲିବ

କିଏ ସେ ପାରିବ କହି

ଏ କଳି ଯୁଗରେ ସେ ପଥର ମାଡେ

ଜୀବନ ପଡଇ ଟଳି ।


Rate this content
Log in